୬ ଫେବୃୟାରୀରେ ସିଦ୍ଧାର୍ଥ-କିୟାରାଙ୍କ ବିବାହ! ଜୈସଲମେରର ଏହି ସୁନ୍ଦର ପ୍ୟାଲେସ୍ରେ ନେବେ ସାତଫେରା
ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍ଭାନୀ ଖୁବ୍ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ କପଲ୍ ନିଜ ବିବାହର ଖବରକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏଥି ସହିତ ଉଭୟଙ୍କୁ ପ୍ରାୟତଃ ଏକାଠି ସ୍ପଟ୍ କରାଯାଇଥାଏ, କିନ୍ତୁ ଏ ପର୍ଯ୍ୟନ୍ତ ବିବାହର ଖବର ଉପରେ ସେମାନେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଲାଗୁଛି, ଯେପରି ବିବାହର ପ୍ରସ୍ତୁତି ଜୋର୍ସୋରରେ ଆରମ୍ଭ ହୋଇଯାଇଛି। ସିଦ୍ଧାର୍ଥ ଓ କିୟାରା ବହୁତ ଜଲ୍ଦି ସ୍ୱାମୀ, ସ୍ତ୍ରୀ ହୋଇପାରନ୍ତି।
କୁହାଯାଉଛି, କପଲ୍ ୬ ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି। କିୟାରା ଓ ସିଦ୍ଧାର୍ଥ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିବେ। ସେମାନଙ୍କର କେତେଜଣ କମନ୍ ଫ୍ରେଣ୍ଡ ଏବଂ ଫ୍ୟାମିଲି ମେମ୍ବର୍ ହଲଦୀ ପାଇଁ ୟୋଲୋ ଥିମ୍ ବାଲା ଆଉଟ୍ଫିଟ୍ସର ଶପିଂ ଆରମ୍ଭ କରି ଦେଇଛନ୍ତି।
ତାଙ୍କର ପ୍ରି-େଓ୍ଵଡିଂ ସେଲିବ୍ରେସନ ୪ ଏବଂ ୫ ଫେବୃୟାରୀରେ ହୋଇପାରେ। ନିକଟରେ ମନୀଷ ମଲହୋତ୍ରାଙ୍କୁ କିୟାରାଙ୍କ ସହିତ ସ୍ପଟ୍ କରାଯାଇଥିଲା, ଯାହାପରେ ଅନୁମାନ ଲଗାଯାଉଛି ଯେ କିୟାରା ନିଜ ବିବାହରେ ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ହିଁ ପିନ୍ଧିବାକୁ ଯାଉଛନ୍ତି।
View this post on Instagram
ଖବର ମୁତାବକ, କପଲ୍ଙ୍କ ବିବାହ ଜୈସଲମେରର ଏକ ପାଞ୍ଚ ତାରକା ହୋଟେଲରେ ହେବାର ସମ୍ଭାବନା ରହିଛି। କିୟାରା ଓ ସିଦ୍ଧାର୍ଥଙ୍କ ଏହି ବିଗ୍ ଫ୍ୟାଟ୍ େଓ୍ଵଡିଂ ପାଇଁ ପାଖାପାଖି ୮୪ ବିଳାସପୂର୍ଣ୍ଣ ରୁମ୍ ବୁକ୍ କରାଯାଇଛି। ବଲିଉଡ୍ ଷ୍ଟାର ମନୀଷ ମଲହୋତ୍ରା, ଅଶ୍ୱିନୀ ୟାର୍ଡି, ବରୁଣ ଧଓ୍ଵନ ଓ କରଣ ଜୋହରଙ୍କୁ ସିଦ୍ଧାର୍ଥ ଓ କିୟାରାଙ୍କ ବିବାହରେ ଆମନ୍ତ୍ରିତ କରାଯାଇଛି।
କପଲ୍ ମୁମ୍ବାଇରେ ଏକ ଭବ୍ୟ ରିସେପ୍ସନ ପାର୍ଟିର ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସିଡ୍ଙ୍କ ମାଆ, ବାପା ବି ସମସ୍ତ ରୀତିନୀତି ସହିତ ଏକ ଭବ୍ୟ ବିବାହର ଆୟୋଜନ କରିବାକୁ ଇଚ୍ଛୁକ ଅଛନ୍ତି।