ମେଟ୍ ଗାଲାରେ ବ୍ଲାକ୍-ଗୋଲ୍ଡେନ୍ ଆଉଟଫିଟ୍ ପିନ୍ଧି ଫ୍ୟାନ୍ସଙ୍କୁ ଦିୱାନା କଲେ କିଆରା, ଫ୍ଲଣ୍ଟ କଲେ ବେବି ବମ୍ପ

ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ଚଳିତ ବର୍ଷ ମେଟ୍ ଗାଲାରେ ଗ୍ରାଣ୍ଡ ଅନ୍ଦାଜରେ ଡେବ୍ୟୁ କରିଛନ୍ତି । ଯାହାପରେ ଅଭିନେତ୍ରୀଙ୍କ ମେଟ୍ ଗାଲା ୨୦୨୫ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଏହି ଇଭେଣ୍ଟରେ କିଆରା ରେଡ୍ କାର୍ପେଟରେ ତାଙ୍କର ବେବି ବମ୍ପ ଫ୍ଲଣ୍ଟ କରିଛନ୍ତି । ଦର୍ଶକ ଅଭିନେତ୍ରୀଙ୍କ ଏହି ଲୁକକୁ ବେଶ ପସନ୍ଦ କରିଛନ୍ତି । ମେଟ୍ ଗାଲାରେ କିଆରା ଆଡଭାନୀ ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ସ୍ପେଶାଲ ଗାଉନ୍ ପିନ୍ଧିଥିଲେ ।
ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଆୟୋଜିତ ମେଟ୍ ଗାଲା ୨୦୨୫ରେ କିଆରାଙ୍କୁ ଏକ ମୋନୋକ୍ରୋମ୍ ଗାଉନ୍ ପିନ୍ଧି ଷ୍ଟାଇଲ୍ ଦେଖାଇଥିବାର ନଜର ଆସିଥିଲା । ତାଙ୍କର ଡ୍ରେସ ଯାହାର ଥିମ୍ “ବ୍ରେଭହାର୍ଟସ୍” ଥିଲା, ତାହା କେବଳ ଫ୍ୟାଶନ୍ ନୁହେଁ – ଏହା ନାରୀତ୍ୱ, ବଂଶ ଏବଂ ପରିବର୍ତ୍ତନକୁ ଏକ ଶ୍ରଦ୍ଧାଞ୍ଜଳି ଥିଲା । ଏହି ଗାଉନରେ ଘୁଙ୍ଗୁରୁ ଏବଂ କ୍ରିଷ୍ଟାଲରେ ସଜ୍ଜିତ ଏକ ପୁରୁଣା ସୁନା ବ୍ରେଷ୍ଟପ୍ଲେଟ ଥିଲା, ଯାହା ମା’ଏବଂ ଶିଶୁର ହୃଦୟର ଏକ ପ୍ରତୀକାତ୍ମକ ରୂପ ଯାହା ସ୍ପଷ୍ଟ ଭାବରେ ମାତୃତ୍ୱର ବନ୍ଧନକୁ ସୂଚିତ କରେ ।
ଲୁକକୁ ଆହୁରି ମିନିଙ୍ଗଫୁଲ୍ କରିବା ପାଇଁ, କିଆରା ଏକ ଡ୍ରାମାଟିକ ଡବଲ୍-ପ୍ୟାନେଲ୍ କେପ୍ ପିନ୍ଧିଥିଲେ । ଏହା ସ୍ୱର୍ଗତ ଆଣ୍ଡ୍ରେ ଲିଓନ ଟାଲିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଥିଲା, ଯିଏ ଜଣେ ଫ୍ୟାଶନ୍ ଆଇକନ୍ ଥିଲେ ଜୁଏଲାରୀ ବିଷୟରେ କହିବାକୁ ଗଲେ, କିଆରା ଆଡଭାନୀ ଗୋଟିଏ କାନ ପାଇଁ ଏକ ଡ୍ୟାଙ୍ଗଲର୍ ଇୟରଫୁଲ ଏବଂ ଅନ୍ୟ କାନ ପାଇଁ ଏକ ଏଜି ଇୟର କଫ୍ ବାଛିଥିଲେ । ସେ ହାତରେ କିଛି ଷ୍ଟେଟମେଣ୍ଟ ରିଙ୍ଗ୍ ମଧ୍ୟ କ୍ୟାରୀ କରିଥିଲେ । ଏହି ସମୟରେ କିଆରା ତାଙ୍କର ବେବି ବମ୍ପ ମଧ୍ୟ ଫ୍ଲଣ୍ଟ କରିଥିଲେ ।
କିଆରାଙ୍କ ମୁହଁରେ ପ୍ରେଗ୍ନେସି ଗ୍ଲୋ ମଧ୍ୟ ନଜର ଆସୁଥିଲା । କିଆରାଙ୍କ ମେଟ୍ ଗାଲା ଲୁକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଏହି ସମୟରେ, କିଆରାଙ୍କ ସ୍ୱାମୀ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ ତାଙ୍କ ପତ୍ନୀଙ୍କ ମେଟ୍ ଗାଲା ଲୁକର ଏକ ଫଟୋ ସେୟାର କରିଛନ୍ତି ଏବଂ ଏକ ସୁନ୍ଦର କ୍ୟାପ୍ସନ ମଧ୍ୟ ଦେଇଛନ୍ତି । ଏକ ରେଡ୍ ହାର୍ଟ ଇମୋଜି ସହିତ “ଉଭୟ ବ୍ରେଭହାର୍ଟସ୍,” ବୋଲି ଲେଖିଛନ୍ତି ସିଦ୍ଧାର୍ଥ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ କିଆରା ଏବେ ଆନୁଷ୍ଠାନିକ ଭାବରେ ମେନହଟନର ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟର କଷ୍ଟ୍ୟୁମ୍ ଇନଷ୍ଟିଚ୍ୟୁଟ୍ର ପ୍ରତିଷ୍ଠିତ ରେଡ୍ କାର୍ପେଟରେ ଯୋଗ ଦେଇଥିବା ଚତୁର୍ଥ ବଲିଉଡ୍ ଅଭିନେତ୍ରୀ ହୋଇଛନ୍ତି ।
Also read: ପ୍ରଥମ ଥର ପାଇଁ ମେଟ୍ ଗାଲାରେ ନଜର ଆସିବେ ଦିଲଜିତ ଦୋସାଞ୍ଜ, ସୋସିଆଲ ମିଡିଆରେ ଦେଲେ ସୂଚନା