ବିବାହ ନେଇ ମୁହଁ ଖୋଲିଲେ ସିଦ୍ଧାର୍ଥଙ୍କୁ ଡେଟ୍‌ କରୁଥିବା କିଆରା ଆଡଭାନୀ, କହିଲେ ମନ କଥା

ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାନୀ ଜଣେ। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ଭୁଲ ଭୁଲୈୟାଁ ୨ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମରେ କିଆରାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି। ଇତି ମଧ୍ୟରେ କିଆରାଙ୍କ ଆଗାମୀ ଫିଲ୍ମ ଯୁଗ ଯୁଗ ଜିଓର ଟ୍ରେଲର ମଧ୍ୟ ଲଞ୍ଚ୍‌ ହୋଇସାରିଲାଣି। ଏହି ଫିଲ୍ମର ଟ୍ରେଲର ଲଞ୍ଚ୍‌ରେ ପହଞ୍ଚିଥିବା କିଆରା ମିଡିଆଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି।

କିଆରାଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ ଯେ ଆପଣ କେବେ ବିବାହ କରିବାକୁ ଯାଉଛନ୍ତି। ଏହାର ଉତ୍ତର କିଆରା ଦେବା ପୂର୍ବରୁ ହିଁ ମଝିରେ ପଶି ଫିଲ୍ମର ପ୍ରଯୋଜକ କରନ୍‌ ଜୋହର କହିଥିଲେ- କାଇଁ ଆପଣ ମୋତେ ତ ଏହି ପ୍ରଶ୍ନ ପଚାରିଲେନି, ମୋତେ ୫୦ ହେବାକୁ ଯାଉଛି। ଆପଣଙ୍କୁ କ’ଣ ଲାଗୁଛି ମୁଁ ବିବାହ ଯୋଗ୍ୟ ନୁହେଁ? ଭାଇ ଆମେ ବି ବାହା ହୋଇପାରିବୁ।

 

View this post on Instagram

 

A post shared by KIARA (@kiaraaliaadvani)

ତେବେ ଏହି ଥଟ୍ଟା ମଜା ପରେ କିଆରା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ତାଙ୍କୁ ବାହାଘର ଟ୍ୟାଗ୍‌ର ଆବଶ୍ୟକତା ନାହିଁ। ସେ ବିବାହ ନ କରି ମଧ୍ୟ ଭଲରେ ରହିପାରିବେ। ସେ ଏବେ ୱେଲ୍‌ ସେଟେଲ୍ଡ ଅଛନ୍ତି, କାମ କରୁଛନ୍ତି, ରୋଜଗାର କରୁଛନ୍ତି ଓ ଖୁସି ଅଛନ୍ତି।

ସୂଚନାଯୋଗ୍ୟ ଯେ କିଆରାଙ୍କ ନାଁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଯୋଡ଼ାଯାଏ। ଉଭୟେ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ କେବେ ବି ଏହି ଯୋଡ଼ି ଖୁଲମ୍‌ଖୁଲା ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। ଫିଲ୍ମ ଶେରଶାହରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

ଗତ କିଛି ଦିନ ତଳେ ଏମାନଙ୍କ ବ୍ରେକ୍‌ ଅପ୍‌ ହୋଇଥିବା ନେଇ ଗୁଜବ ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଉଭୟେ ଦୁଇ ଥର ଏକାଠି ନଜର ଆସିଥିଲେ। ଏ ଅବସରରେ ଉଭୟଙ୍କ ଭିତରେ କୌଣସି ମତାନ୍ତର ମନାନ୍ତର ଥିବା ଜଣାପଡ଼ିନଥିଲା। ପ୍ରକାଶ ଯେ କିଆରା ଫିଲ୍ମ ଫଗଲୀ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହା ପରେ ସେ ଏମ୍‌ଏସ୍‌ ଧୋନୀ : ଦ ଅନ୍‌ଟୋଲ୍ଡ ଷ୍ଟୋରୀ, କବୀର ସିଂହ ଭଳି ହିଟ୍‌ ଫିଲ୍ମରେ ମଧ୍ୟ ନଜର ଆସିଥିଲେ।

Also Read: ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ, ମାସିକ ମିଳିବ ୧୦ ହଜାର ଷ୍ଟାଇପେଣ୍ଡ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.