କିଆରା ଆଡଭାନୀ କହିଲେ – କିପରି ଥିଲା ‘Lust Stories’ର ବହୁ ଚର୍ଚ୍ଚିତ ଭାଇବ୍ରେଟର ସିନର ପ୍ରସ୍ତୁତି

ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଲଷ୍ଟ ଷ୍ଟୋରୀ’ରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଭାଇବ୍ରେଟର ସିନ ବହୁ ଚର୍ଚ୍ଚିତ ହୋଇଥିଲା । ଏହି ସିରିଜରେ କିଆରା ବିକି କୌଶଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଯିଏକି ତାଙ୍କ ସେକ୍ସ ଲାଇଫରେ ଅସନ୍ତୁଷ୍ଟ ଥିଲେ । କିଆରାଙ୍କ ଏହି ସିନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା କିନ୍ତୁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । କିନ୍ତୁ ଆପଣ ଜାଣନ୍ତି କି କିଆରା ଏହି ସିନ ପାଇଁ କିପରି ପ୍ରସ୍ତୁତ ହୋଇଥିଲେ ? ତେବେ ନିକଟରେ ଅଭିନେତ୍ରୀ ନିଜେ ଏହା ପ୍ରକାଶ କରିଛନ୍ତି ।

Kiara Advani opens up on the VIBRATOR SCENE in Lust Stories | India Forums

ନେହା ଧୁପିଆଙ୍କ ଚାଟ୍ ସୋ’ରେ କିଆରା ଆଡଭାନୀ ଭାଇବ୍ରେଟର ସିନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି ଯେ ସୁଟିଂ ପୂର୍ବରୁ ଏହି ଡିଭାଇସକୁ ନେଇ ତାଙ୍କର କୌଣସି ଅଭିଜ୍ଞତା ନଥିଲା । କିଆରା କହିଛନ୍ତି, କରଣ ଜୋହର ଆମ ସମସ୍ତଙ୍କୁ କହିଥିଲେ ଯେ କ’ଣ କରିବାକୁ ହେବ ଯାହାକି ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା I ଏମିତିକି ସେ ମୋ ହାତ ଧରି ସବୁ ଶିଖେଇ ଦେଇଥିଲେ । ଅଧିକାଂଶ ହୋମୱାର୍କ ସେଟରେ ହିଁ କରାଯାଉଥିଲା । ତେବେ ଏହି ଭାଇବ୍ରେଟର ସିନରେ ମୋର ଏହି ଡିଭାଇସକୁ ନେଇ କୌଣସି ଅଭିଜ୍ଞତା ନଥିଲା ଯେଉଁଥିପାଇଁ ମୋତେ ଗୁଗୁଲ୍ କରିବାକୁ ପଡିଥିଲା । ‘ଅଗଲି ଟ୍ରୁଥ’ ପରି କେତେକ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ କାରଣରୁ ମୁଁ ଏହି ସିନ ପରଦାରେ କିପରି ଦେଖାଯାଉଛି ତାହା ଅନୁଭବ କରିପାରିଥିଲି ।

କିଆରା ପ୍ରକାଶ କରିଛନ୍ତି ଯେ ସେ ଏହି ବିଷୟରେ ଅଧିକ କିଛି ଭାବିନଥିବାରୁ କମ ସମୟ ମଧ୍ୟରେ ଏହି ଦୃଶ୍ୟ ସମାପ୍ତ କରିଥିଲେ । ତେବେ ଯୋଗ ସମୟରେ ନକଲି ନିଶ୍ୱାସ ନେବା ଭଳି ଏହା ଏକ ଅନୁଭୂତି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.