ଭାଲେଣ୍ଟାଇନ ଡେ’ କିଆରା ଦେଖାଇଲେ ବିନ୍ଦାସ ଜଲଓ୍ଵା, ଫଟୋ ସେୟାର କହିଲେ ଏପରି କଥା

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାଲେଣ୍ଟାଇନ ଡେ’ରେ କିଆରା କିଛି ଫଟୋ ସେୟାର କରି ଦର୍ଶକଙ୍କ ମନ ଜିଣିଛନ୍ତି। ଏହି ଫଟୋକୁ ସେୟାର କରି କିଆରା ଫ୍ୟାନମାନଙ୍କୁ ଭାଲେଣ୍ଟାଇନ୍‌ ଓ୍ଵିଶ କରିଛନ୍ତି। ଏହା ସହିତ କ୍ୟାପସନ ଲେଖିଛନ୍ତି, ‘ ନିଜକୁ ଭଲପାଇବା ସବୁଠାରୁ ବଡ ଶକ୍ତି । ଆପଣ ନିଜକୁ ପରିବର୍ତ୍ତନ କରିପାରିଲେ ଆଖପାଖରେ ଥିବା ସବୁ ଜିନିଷ ବଦଳିଯିବ। ସମସ୍ତଙ୍କୁ ଭାଲେଣ୍ଟାଇନ ଡେର ଶୁଭକାମନା।’

photo kiara

ସୂଚନାଯୋଗ୍ୟ, କିଆରା ଖୁବଶୀଘ୍ର କାର୍ତ୍ତିକ ଆରୟନଙ୍କ ସହିତ ଫିଲ୍ମ ‘ଭୁଲଭୁଲେୟା ୨’ରେ ନଜର ଆସିବେ। ଏହାଛଡା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଶେରଶାହାକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଅଛନ୍ତି କିଆରା। ଏହାସହିତ ବରୁଣଙ୍କ ସହିତ ଏକ ରୋମାଣ୍ଟିକ ଫିଲ୍ମ କରିବେ, ଯାହାକୁ କରନ ଜୋହର ପ୍ରଯୋଜନା କରିବେ। ସେଥିରେ ଭୂମି ପେଡେନକର ମୁଖ୍ୟ ଭୂମିକାରେ ରହିଥିବା ବେଳେ ଶଶାଙ୍କ ଖେତାନ ନିର୍ଦ୍ଦେଶନା ଦେବେ।

Leave A Reply

Your email address will not be published.