ବିବାହ ପରେ ପ୍ରଥମ ଫିଲ୍ମରେ ଏକାଠି ନଜର ଆସିବେ କିଆରା ଓ ସିଦ୍ଧାର୍ଥ : ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ

କିଆରା ଏବଂ ସିଦ୍ଧାର୍ଥ ବିବାହ ପରେ ବଲିଉଡର ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଶଶାଙ୍କ ଖେତାନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି । ‘ଶେରଶାହା’ ଚଳଚ୍ଚିତ୍ରରେ ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।

(କେନ୍ୟୁଜ ବ୍ୟୁରୋ): କିଆରା ଆଡଓ୍ଵାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଜଣଙ୍କ ବିବାହରେ ଖୁବ ଖୁସି ଥିଲେ ପ୍ରଶଂସକ । ଏହି ଯୋଡ଼ିଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଫ୍ୟାନ୍ସମାନେ ଆଗ୍ରହ ପ୍ରକାଶ କରିଥିଲେ । ‘ଶେରଶାହା’ ଚଳଚ୍ଚିତ୍ରରେ ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ତେବେ ଫ୍ୟାନ୍ସ ମାନଙ୍କୁ ଏହି ଯୋଡ଼ିଙ୍କୁ ଚଳଚ୍ଚିତ୍ରରେ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କିଆରା ଏବଂ ସିଦ୍ଧାର୍ଥ ବିବାହ ପରେ ବଲିଉଡର ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଶଶାଙ୍କ ଖେତାନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, କିଆରା ଏବଂ ସିଦ୍ଧାର୍ଥ ଖୁବଶୀଘ୍ର ଶଶାଙ୍କ ଖେତାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିବେ । ସିଦ୍ଧାର୍ଥ ଏବଂ କିଆରା ଏକା ସହିତ ଏହି ଚଳଚ୍ଚିତ୍ର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବଦ୍ରିନାଥ ଏବଂ ହମ୍ପ୍ଟି ଶର୍ମା କି ଦୁଲହନିୟାର ନିର୍ଦ୍ଦେଶକ ଶଶାଙ୍କ ଏହି ଚଳଚ୍ଚିତ୍ରରେ ଭିନ୍ନ ଶୈଳୀରେ ଦର୍ଶକଙ୍କ ସାମ୍ନାକୁ ଆଣିବେ ବୋଲି ଆଶା କରାଯାଉଛି । ଚଳଚ୍ଚିତ୍ର ପାଇଁ ତାରିଖ ନିର୍ଦ୍ଧାରିତ ହୋଇସାରିଛି ଏବଂ ଆସନ୍ତା ଜୁଲାଇ ମାସରେ କାମ ଆରମ୍ଭ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଆସନ୍ତା ଅଗଷ୍ଟ ମାସରେ ସୁଟିଙ୍ଗ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ନିର୍ଦ୍ଦେଶକ ଏବଂ କଳାକାର ଏ ସମ୍ପର୍କିତ ଖବର ବିଷୟରେ ସୂଚନା ଦେଇ ନାହାନ୍ତି କିନ୍ତୁ ସିଦ୍ଧାର୍ଥ ଏକ ସାକ୍ଷାତକାରରେ କିଆରାଙ୍କ ସହ ଖୁବଶୀଘ୍ର ପରଦାରେ ଆସିବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ କିଆରା କାର୍ତ୍ତିକ ଆର୍ୟାନଙ୍କ ସହ ଆଗାମୀ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ‘ଭୁଲ ଭୁଲେୟା୨’ ଚଳଚ୍ଚିତ୍ର ପରେ କିଆରା ଏବଂ କାର୍ତ୍ତିକଙ୍କ ଏହା ଦ୍ୱତୀୟ ଚଳଚ୍ଚିତ୍ର । ଅନ୍ୟପଟେ ସିଦ୍ଧାର୍ଥ ଖୁବଶୀଘ୍ର ନିଜର ପ୍ରଥମ େଓ୍ଵବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ଏବଂ ବଲିଉଡ ଚଳଚ୍ଚିତ୍ର ‘ଯୋଦ୍ଧା’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.