ମନୋରଂଜନ

‘ବେଶରମ୍‌ ରଙ୍ଗ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ କିଲି ପଲଙ୍କ ଭଉଣୀ ନୀମା, ଫ୍ୟାନ୍ସ କହିଲେ ଆପଣ ଦୀପିକାଙ୍କ ଠାରୁ ଭଲ ନାଚିଲେ

ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ ସବୁବେଳେ ବଲିଉଡ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାରେ ରହିଥାନ୍ତି। ନିଜର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କ ମନ ଜିଣନ୍ତି । ବଲିଉଡର ନୂଆ ଗୀତକୁ ନେଇ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ଯୋଗୁଁ ଫ୍ୟାନ୍ସ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରନ୍ତି । କେବଳ କିଲି ପଲ୍‌ ନୁହେଁ, ତାଙ୍କ ସହିତ ଭଉଣୀ ନୀମା ପଲ୍‌ ମଧ୍ୟ ଭିଡିଓରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି । ଏବେ ପୁଣି ଆଉ ଏକ ଭିଡିଓ କରି ଚର୍ଚ୍ଚାରେ ରହିଛି ଏହି ଭାଇ ଭଉଣୀ।

କିଲି ପଲ୍‌ ଏବଂ ତାଙ୍କ ଭଉଣୀ ଶାହରୁଖ ଏବଂ ଦୀପିକାଙ୍କ ଫିଲ୍ମ ପଠାନର ଗୀତ ବେଶରମ ରଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ କିଲି ପଲ୍‌ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ କିଲିଙ୍କ ସହିତ ଭଉଣୀ ନୀମା ‘ବେଶରମ ରଙ୍ଗ’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଆଉ ଅନ୍ୟପଟେ ଭାଇ କିଲି ପଲ୍‌ ଗୀତରେ ବେଶ୍‌ ଝୁମିଛନ୍ତି। ଏହି ଗୀତରେ ଦୀପିକାଙ୍କ ଷ୍ଟେପକୁ କପି କରିଛନ୍ତି ନୀମା ।ଡ୍ୟାନ୍ସ ମଧ୍ୟ ଭଲ କରିଛନ୍ତି । ଭିଡିଓକୁ ସେୟାର କରି କିଲି ପଲ୍‌ କ୍ୟାପସନରେ ଲେଖିଛନ୍ତି ‘ଟ୍ରେଣ୍ଡ, ସେ ନିଜର ବେଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ’।

ନୀମା ଏବଂ କିଲିଙ୍କର ଏହି ଭିଡିଓକୁ ଫ୍ୟାନ୍ସ ଲାଇକ୍‌ ଏବଂ ସେୟାର କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ତ ଦୀପିକା ପାଦୁକୋନ ଠାରୁ ଭଲ ନାଚୁଛନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆପଣ ଦୁଇଜଣଙ୍କୁ ଅନେକ ଭଲପାଇବା । ଏହାଛଡା ଅନେକ ୟୁଜର୍ସ ଏହାକୁ ସେୟାର କରୁଛନ୍ତି । କିଲି ପଲ୍‌ ଏବଂ ତାଙ୍କ ଭଉଣୀ ନୀମା ତାଞ୍ଜାନିଆର ବାସିନ୍ଦା। ଦୁହେଁ ବଲିଉଡ ଗୀତରେ ଡ୍ୟାନ୍ସ କରି ବେଶ୍‌ ନାଁ କମାଇସାରିଛନ୍ତି ।

ସୂଚନାଯୋଗ୍ୟ, ଶାହରୁଖ ଏବଂ ଦୀପିକାଙ୍କ ଫିଲ୍ମ ପଠାନର ଗୀତ ବେଶରମ ରଙ୍ଗ ଏବେ ଟ୍ରେଣ୍ଡିଂରେ ରହିଛି। ଏହି ଗୀତରେ ଅନେକ ସେଲିବ୍ରିଟି ଡ୍ୟାନ୍ସ କରି ଭିଡିଓ ସେୟାର କରୁଛନ୍ତି। ଏହି ଗୀତରେ ଦୀପିକାଙ୍କ ଗେରୁଆ ବିକିନୀ ରଙ୍ଗକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଛି। ତଥାପି ଫ୍ୟାନ୍ସ ଏହି ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି । ଫିଲ୍ମ ପଠାନ ଆସନ୍ତାବର୍ଷ ୨୫ ଜାନୁଆରୀ ୨୦୨୩ରେ ରିଲିଜ ହେବ । ଏଥିରେ ଶାହରୁଖ ଏବଂ ଦୀପିକାଙ୍କ ବ୍ୟତୀତ ଜନ ଆବ୍ରାହମ ମଧ୍ୟ ନଜର ଆସିବେ । ଏଥିରେ ଜନ ଖଳନାୟକ ଭୂମିକାରେ ଦେଖାଯିବେ। ଏହି ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଉଛନ୍ତି ।

 

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

31 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago