ଆମେରିକନ ମଡେଲ୍ ଏବଂ ଅଭିନେତ୍ରୀ କିମ୍ କାର୍ଦଶିୟନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ କିମ୍ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପାଦରେ ଛଅଟି ଆଙ୍ଗୁଳି ଥିବାର ନଜର ଆସିଛି। କିମଙ୍କର ଏହି ଫଟୋ ଦେଖିବା ପରେ ଳେଶକମାନେ ଏହାକୁ ଟ୍ରୋଲ କରିବାରେ ଲାଗିଛନ୍ତି। ଲେଶକମାନଭ୍କ କହିବା ଅନୁଯାୟୀ କିମ୍ଙ୍କ ପାଦରେ ଗୋଟିଏ ବୁଢା ଆଙ୍ଗୁଳି ବ୍ୟତୀତ ୫ଟି ଆଙ୍ଗୁଳି ରହିଛି। କିମ୍ଙ୍କ ଫଟୋ ଦେଖିବା ପରେ ୟୁଜର୍ସ ଲେଖିଛନ୍ତି- ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କ ବଡ ଆଙ୍ଗୁଳି ଆପଣଙ୍କ ଜୋତାରେ ଆସୁନାହିଁ?
ରିପୋର୍ଟ ଅନୁଯାୟୀ କିଛି ମାସ ପୂର୍ବରୁ କିମ୍ କହିଥିଲେ ସେ ଅନେକ ଦିନରୁ ହାଡ ଫୁଲିବା, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା ଭଳି ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ତାଙ୍କର ଆର୍ଥାଇଟିସ୍ ଏବଂ ଆଟୋଇମ୍ୟୁନ ଭଳି ରୋଗର ଟେଷ୍ଟ ପଜେଟିଭ୍ ଆସିଛି। ଆଟୋଇମ୍ୟୁନ ରୋଗରେ ରୋଗ ପରତିରୋଧକ ପ୍ରଶାଳୀ ସୁସ୍ଥ କୋଷିକାକୁ ନଷ୍ଟ କରିବାକୁ ଲକ୍ଷ୍ୟ କରିଥାଏ।
ଏହାସହ ପଢନ୍ତୁ: IFFI 2019 ଫେଷ୍ଟିଭାଲରେ ସମ୍ମାନିତ ହେଲେ ବଲିଉଡର ‘ରୋବୋଟ’ ଏବଂ ‘ସମ୍ରାଟ’
ଚଳିତ ବର୍ଷ କିମ୍ ମେଟ ମାଳାରେ ନିଜର ଡ୍ରେସକୁ ନେଇ ଖୁବ୍ ଖୁସି ବାଣ୍ଟିଥିଲେ। ଏହି ସୋ’ରେ କିମ୍ ଟ୍ରାନ୍ସପରେଣ୍ଟ ପିନ୍ଧିଥିଲେ, ଯେଉଁଥିରେ ପାଣି ବୁନ୍ଦା ପଡିବାର ନଜର ଆସିଥିଲା। ଏପରି ଲାଗୁଥିଲା ଯେମିତି କିମ୍ ସିଧା ଗାଧୂଆ ସାରି ଏଠିକି ଚାଲି ଆସିଛନ୍ତି। ରିପୋର୍ଟ ଅନୁଯାୟୀ ର୍ୟାପର ଏବଂ ଫ୍ୟାସନ ଡିଜାଇନର କାନ୍ୟେ େଓ୍ଵଷ୍ଟଙ୍କୁ ଗତ ୨୦୧୪ ରେ ବିବାହ କରିଛନ୍ତି।