ରୋମାଣ୍ଟିକ୍ ଲୁକରେ ନଜର ଆସିଲେ କିମ ଶର୍ମା ଓ ଲିଆଣ୍ଡର ପେସ, ରିଲେସନସିପ୍କୁ ନେଇ କଲେ ଖୁଲାସା!

ନିକଟରେ ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ପୂର୍ବତନ ଟେନିସ ଖେଳାଳି ଲିଆଣ୍ଡର ପେସଙ୍କ ଫଟୋ ସାମ୍ନାକୁ ଆସିଛି। ଉଭୟ ଗୋଆରେ ଛୁଟି କଟାଉଥିବାର ଜଣାପଡିଛି । କିନ୍ତୁ ବର୍ତ୍ତମାନ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। କିମ ଏବଂ ଲିଆଣ୍ଡଙ୍କ ଫଟୋ ଦେଖିବା ପରେ ଅନୁମାନ କରାଯାଉଛି ଯେ ସେମାନେ ପରସ୍ପର ଡେଟ୍ କରୁଛନ୍ତି । ମାତ୍ର ପୂର୍ବରୁ ଦୁହେଁ ଏହାକୁ ନେଇ ଚୁପ ରହୁଥିବା ବେଳେ ,ବର୍ତ୍ତମାନ ଦେଖାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଖୁଲାସା କରିବାକୁ ସ୍ଥିର କରିଛନ୍ତି ।

 

View this post on Instagram

 

A post shared by Kimi Sharma (@kimsharmaofficial)

 

ବାସ୍ତବରେ କିମ ଶର୍ମା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲିଆଣ୍ଡର ପେସଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଉଭୟ ଏହି ଫଟୋ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ସମୟରେ କିମ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଲିଆଣ୍ଡର ନୀଳ ରଙ୍ଗର କାଜୁଆଲ୍ ପୋଷାକରେ ଅଛନ୍ତି । କିମ୍ ଶର୍ମାଙ୍କ ଏହି ପୋଷ୍ଟରେ ପ୍ରଶଂସକ ମାନେ ବିଭିନ୍ନ କମେଣ୍ଟ ଦେଉଥିବା ବେଳେ ଆଉ କେହି ଅଭିନନ୍ଦନ ଜଣାଉଛନ୍ତି ।

ଜୁଲାଇ ମାସରେ, କିମ ଏବଂ ଲିଆଣ୍ଡର ଗୋଆରେ ଏକ ରୋମାଣ୍ଟିକ ଷ୍ଟାଇଲରେ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ଫଟୋ ଗୁଡ଼ିକ ସାମ୍ନାକୁ ଆସିବା ପରେ ଉଭୟ ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ମିଳିଥିବା ଖବର ଅନୁସାରେ କିମ ଶର୍ମା ହର୍ଷବର୍ଦ୍ଧନ ରାଣେ ଏବଂ ଯୁବରାଜ ସିଂଙ୍କୁ ମଧ୍ୟ ଡେଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.