କିଙ୍ଗ୍‌ଫିସର ମୃଦୁପାନୀୟର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବରୁଣ ଧଓ୍ଵନ୍‌ ଓ ରଶ୍ମିକା ମନ୍ଦାନା

କିଙ୍ଗ୍‌ଫିସର ମୃଦୁପାନୀୟର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ୍‌ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏ ନେଇ କମ୍ପାନୀ ପକ୍ଷରୁ ବୁଧବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। କିଙ୍ଗ୍‌ଫିସରର ‘ସ୍ପ୍ରେଡ୍‌ ଦ ଚିୟର’ ଅଭିଯାନ ଆରମ୍ଭ କରିବା ଅବସରରେ ୟୁନାଇଟେଡ୍‌ ବ୍ରେଭରେଜ୍‌ ଲିମିଟେଡ୍‌ ଏହି ବର୍ଷକୁ ଇୟର ଅଫ୍‌ ଦ ଚିୟର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ବ୍ରାଣ୍ଡ୍‌ ଆମାସାଡର ଭାବେ ଏହି ଦୁଇ କଳାକାରଙ୍କୁ ସାଇନ୍‌ କରିଛି କମ୍ପାନୀ।

କିଙ୍ଗ୍‌ଫିସରର ବ୍ରାଣ୍ଡ୍‌ ଆମ୍ବାସାଡର ହେବା ପରେ ନିଜ ପ୍ରତିକ୍ରିୟା ଦେଇ ବରୁଣ ଧଓ୍ଵନ୍‌ କହିଛନ୍ତି- ମୁଁ କିଙ୍ଗ୍‌ ଫିସର ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍‌ର ଚେହେରା ହୋଇଥିବାରୁ ବେଶ୍‌ ଉତ୍ସାହିତ ଅଛି। ମୋ ପାଇଁ ଆନନ୍ଦର ଅନ୍ୟ ନାମ ହେଉଛି କିଙ୍ଗ୍‌ଫିସର। ଏହା ସମ୍ପୂର୍ଣ୍ଣ ଭାବେ ଜୀବନକୁ ପ୍ରତିନିଧିତ୍ୱ କରିଥାଏ। ଗତ ୨ ବର୍ଷ ମହାମାରୀ ଯୋଗୁ ସମସ୍ତଙ୍କ ପାଇଁ ବେଶ୍‌ କଷ୍ଟ ଦାୟକ ଥିଲା। ଏବେ ମୁଁ ଆଶା କରୁଛି ଯେ ଆମେ ସମସ୍ତେ କିଙ୍ଗ୍‌ଫିସର ସହ ଖୁସିର ମାହୋଲ୍ଲ ବନାଇବା ଓ ଏକାଠି ଭଲ ସମୟ ବିତାଇବା।

ସେହିପରି ରଶ୍ମିକା ମନ୍ଦାନା କହିଛନ୍ତି, ଭାରତ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଥିବା ସବୁଠୁ ପ୍ରତିଷ୍ଠିତ ବ୍ରାଣ୍ଡ୍‌ ମଧ୍ୟରୁ ଗୋଟିଏ ହେଉଛି କିଙ୍ଗ୍‌ଫିସର। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ବି ଏହାର ମଜା ଉଠାଇପାରିବେ। ମୁଁ କିଙ୍ଗ୍‌ଫିସର ପରିବାରର ଅଂଶ ହୋଇଥିବାରୁ ବହୁତ ଉତ୍ସାହିତ ଅଛି ଓ ସମସ୍ତଙ୍କୁ ଆମ ସହ ଯୋଡ଼ି ହେବାକୁ ନିବେଦନ କରୁଛି।

ପ୍ରକାଶ ଯେ କିଙ୍ଗ୍‌ଫିସର ଏବେ ନିଜ ଗ୍ରାହକ ସହ ଏକ ନୂଆ ତଥା ରୋମାଞ୍ଚକ ଢଙ୍ଗରେ ଯୋଡ଼ି ହେବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି। ଏହି ବ୍ରାଣ୍ଡ୍‌ କେତେକ ଉଚ୍ଚ କୋଟିର ସଙ୍ଗୀତ, ଖାଦ୍ୟ ଓ ଖେଳ ଆୟୋଜନ ସହ ଜଡ଼ିତ ରହିଛି। ଏବେ ଦ କିଙ୍ଗ୍‌ ଅଫ୍‌ ଗୁଡ଼୍‍ ଟାଇମ୍ସ ନାଁରେ ପରିଚାଳିତ ହେଉଛି କିଙ୍ଗ୍‌ଫିସର।

Also Read: ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ସାମ୍ନାକୁ ଆସିଲା ୮ଟି ନୂଆ ଭ୍ୟାରିଏଣ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.