ମନୋରଂଜନ

ଆର୍ଯ୍ୟନ ଖାନ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ନୂଆ ଟ୍ଵିଷ୍ଟ! ଶାହରୁଖଙ୍କ ମ୍ୟାନେଜରଙ୍କଠାରୁ ୫୦ ଲକ୍ଷ ନେଇଥିଲେ କିରନ ଗୋସାଭି

ଆର୍ଯ୍ୟନ ଖାନ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆସିଲା ନୂଆ ଟ୍ଵିଷ୍ଟ। ଶାହରୁଖ ଖାନଙ୍କ ମ୍ୟାନେଜରଙ୍କଠାରୁ କିରନ ଗୋସାଭି ନେଇଥିଲେ ୫୦ ଲକ୍ଷ ଟଙ୍କା। ଗୋସାଭିଙ୍କ ସୁରକ୍ଷା କର୍ମୀ ପ୍ରଭାକର ସୈଲଙ୍କ ଦ୍ୱାରା ସେ ଏହି ଟଙ୍କା ନେଇଥିବା ଦାବି କରିଛନ୍ତି ସାମ ଡିସୌଜା। ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ଆଗୁଆ ଜାମିନ ଆବେଦନରେ ସେ ଏହା ଉଲ୍ଲେଖ କରିଛନ୍ତି। ନିର୍ଦ୍ଦୋଷ ଦର୍ଶାଇ ଆର୍ଯ୍ୟନ ଖାନଙ୍କୁ ମୁକୁଳାଇବାରେ ସହାୟତା କରିବାକୁ ଗୋସାଭି ତାଙ୍କୁ କହିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି। ସୁନୀଲ ପାଟିଲ ନାମକ ବ୍ୟକ୍ତିଙ୍କ ଜରିଆରେ କଥାବାର୍ତ୍ତା କରାଇଥିଲେ ଗୋସାଭି। ଫଳରେ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କଠାରୁ ସେ ୫୦ ଲକ୍ଷ ଟଙ୍କା ନେଇଥିଲେ।

ଅକ୍ଟୋବର ୩ରେ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନି ଓ ଗୋସାଭିଙ୍କ ମଧ୍ୟରେ ଏକ ମିଟିଂ ବ୍ୟବସ୍ଥା ପରେ ଟଙ୍କା ଦେଣନେଣ ହୋଇଥିଲା। ପୂଜା ଦଦଲାନି ଓ ଗୋସାଭି ବ୍ୟକ୍ତିଗତ ଭାବେ କଥା ହୋଇଥିଲେ ଏବଂ ପୂଜା, ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ। ମାମଲାରେ ସାକ୍ଷୀ ଥିବା ଗୋସାଭି ଓ ପ୍ରଭାକର ସୈଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କୁ ସାହାଯ୍ୟ କରିବାକୁ ସାମ ଡିସୌଜା ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ପାଇଁ ଗଠିତ SIT ଟିମ୍ ଦ୍ୱାରା ଗିରଫ ହେବା ପୂର୍ବରୁ ସାମ ଡିସୌଜା ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଡିସୌଜାଙ୍କ ନାମ ବଳପୂର୍ବକ ଟଙ୍କା ନେବା ର‍୍ୟାକେଟ୍‌ ମାମଲାରେ ସାମ୍ନାକୁ ଆସିଥିଲା। ଏହା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଡ୍ରଗ୍ସ ଅନ୍‌ କ୍ରୁଜ୍‌ ମାମଲାର ଯାଞ୍ଚ ସମୟରେ ହିଁ ଆସିଥିଲା। ଅନ୍ୟପଟେ କିରଣ ଗୋସାଭିଙ୍କୁ ଠକେଇ ମାମଲାରେ ଗିରଫ କରିଛି ପୁଣେ ପୋଲିସ।

ସୂଚନାଥାଉ କି, ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଗିରଫ ହୋଇଥିଲେ। ପାଖାପାଖି ୩ ସପ୍ତାହ ଜେଲ୍‌ରେ ରହିବା ପରେ ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କ ଜାମିନକୁ ମଞ୍ଜୁର କରିଥିଲେ। ଏଥିପାଇଁ ଆର୍ଥର ରୋଡ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଜଣେ ଜାମିନଦାରଙ୍କ ବଦଳରେ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ସହ ଜାମିନ ପ୍ରଦାନ କରିଥିଲେ। ଆର୍ଯ୍ୟନଙ୍କ ପାଇଁ ଜାମିନଦାର ସାଜିଥିଲେ ଅଭିନେତ୍ରୀ ଜୁହି ଚାୱଲା। ୨୮ ଦିନ ପରେ ପୁଅ ଘରକୁ ଫେରୁ ଥିବାରୁ ବାପା ଶାହରୁଖ ଖାନ ମୁମ୍ବାଇ ଆର୍ଥର ରୋଡ ଜେଲରେ ପହଞ୍ଚି ଥିଲେ। ଅକ୍ଟୋବର ୨ରେ ମୁମ୍ବାଇ ରେଭ ପାର୍ଟିରୁ ଅଟକ ହୋଇ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ। ୮ ତାରିଖରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

Roshni

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

6 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

39 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

41 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

47 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

56 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

56 mins ago