ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର ଖାନ, ପ୍ରତୀକ ବବ୍ଦର ଏବଂ ମୋନିକା ଡୋଗରା ମୁଖ୍ୟ ଭୂମିକାରେ ରହିଥିଲେ। ଆମରି ଖାନ ଥିବା ସତ୍ତ୍ୱେ ଫିଲ୍ମଟି ଭଲ ଚାଲିନଥିଲା।
କିରଣ ପ୍ରଯୋଜନା ଦେଉଥିବା ଫିଲ୍ମ ‘ଲାପତା ଲେଡିଜ’ର ନାମ ପ୍ରଥମେ ‘ଲାପତା ଲଡକୀ’ ରହିଥିଲା। କିନ୍ତୁ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ଯୋଗୁଁ ଏହାର ଟାଇଟଲ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ଫିଲ୍ମରେ ଅଭିନେତା ପାଇଁଅଡିସନ ରଖାଯାଇଛି। ତେବେ ଏଥିପାଇଁ ଆମିର ଅଡିସନ ମଧ୍ୟ ଦେଇଥିଲେ କିନ୍ତୁ କିରଣ ତାଙ୍କୁ ସିଲେକ୍ଟ କରିନଥିଲେ। ନିକେ ଆମିର ଏକ ଇଣ୍ଟରଭ୍ୟୁରେ ଏକଥା ସ୍ୱୀକାର କରିଛନ୍ତି।
ଖବର ମୁତାବକ, ଆମିର ଫିଲ୍ମ ଲାଲ ସିଂ ଚଢା ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ। ଏହିଦିନ କିରଣଙ୍କ ଫିଲ୍ମ ‘ଲାପତା ଲେଡିଜ’ର ଟିଜର ମଧ୍ୟ ରିଲିଜ ହେବ। ଏହି ଫିଲ୍ମରେ ରବି କିଶନ, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ନବବଧୂ ପାଇଁ ନୂଆ ଚେହେରା ଖୋଜାଚାଲିଛି। ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ରେ କିରଣ ମଧ୍ୟ ପ୍ରଯୋଜକ ତାଲିକାରେ ରହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କୌନ ବନେଗା କରୋଡପତି ସିଜନ ୧୪ଆରମ୍ଭ ହୋଇଯାଇଛି। ଶୋ’ର ପ୍ରଥମ ଏପିସୋଡରେ ଆମିର ଖାନ କିଛି ସେନା କର୍ମଚାରୀଙ୍କ ସହିତ ଅତିଥି ଭାବେ ଯୋଗ ଦେଇଥିଲେ। ଆମିର ତାଙ୍କ ଫିଲ୍ମ ଲାଲ ସିଂହ ଚଢାକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ, ଯାହା ରିଲିଜ ହେବା ପୂର୍ବରୁ ବିବାଦରେ ରହିଥିଲା। ଏବେ ଖାସ୍ ଆମିରଙ୍କ ପାଇଁ ଅମିତାଭ ବଚ୍ଚନଙ୍କ ଶୋ ବିପଦରେ ପଡିଛି। ଆମିରଙ୍କୁ ଡାକିବା ଯୋଗୁଁ ଶୋ’କୁ ଟ୍ରୋଲ ଏବଂ ବଏକଟ୍ ହେବାକୁ ଦାବି ହେଉଥିଲା । ସୂଚନା ଅନୁଯାୟୀ, ଟ୍ୱିଟରରେ ଅନେକ ଲୋକ ଟ୍ୱିଟ୍ କରି କେବିସିକୁ ବଏକଟ୍ କରିବାକୁ ଦାବି କରୁଛନ୍ତି। #BoycottLaalSinghChaddha ପରେ, #BoycottKBC ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା ।
I didn’t liked the way @SrBachchan applauded & sang praises while introducing Amir Khan in the launching episode of #KaunBanegaCrorepati today.
Why such wordings for the man who once said that he fears living in india?
But this happens only in INTOLLERANT INDIA 🇮🇳
👎
— 🔥 ∱∪ℕκγβαβα 🔥 (@nillkool9) August 7, 2022