କ୍ୟାନସରକୁ ହରାଇଥିଲେ ଏବେ କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ କିରଣ ଖେର
ବଲିଉଡ ଅଭିନେତ୍ରୀ ତଥା ରାଜନୀତିଜ୍ଞ କିରଣ ଖେର କରୋନା ସଂକ୍ରମିତ ହୋଇଛନ୍ତି । ନିଜର ଟ୍ଵିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି କିରଣ । ଆଉ ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବା ପାଇଁ ଅପିଲ୍ କରିଛନ୍ତି ।

ପୁଣି କରୋନା କଲାଣି କାୟା ବିସ୍ତାର । ବଲିଉଡ ଅଭିନେତ୍ରୀ କିରଣ ଖେର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଭିନେତ୍ରୀ ନିଜେ ଟ୍ଵିଟରରେ ପୋଷ୍ଟ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋର କରୋନା ପଜିଟିଭ୍ ଆସିଛି, ତେଣୁ ମୋ ସଂପର୍କରେ ଯେଉଁମାନେ ଆସିଥିଲେ, ସେମାନେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ । ଆଉ କିରଣଙ୍କ ପୋଷ୍ଟ ପରେ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟ ଶୀଘ୍ର ସୁସ୍ଥ କାମନା କରୁଛନ୍ତି ।
ସୂଚନାଯୋଗ୍ୟ, ୨୦୨୧ରେ କିରଣଙ୍କୁ ରକ୍ତ କ୍ୟାନସର ହୋଇଛି ବୋଲି ଜଣାପଡିଥିଲା । ଅନେକ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ କିରଣ । ତିନି ବର୍ଷ ପୂର୍ବେ କିରଣ ମଲ୍ଟିପଲ ମାଇଲୋମା ରୋଗରେ ପୀଡିତ ଥିଲେ। ଏହା ହେଉଛି ଏକ ପ୍ରକାରର ରକ୍ତ କର୍କଟ । ୬୮ ବର୍ଷୀୟା ଅଭିନେତ୍ରୀ ମୁମ୍ବାଇରେ ତାଙ୍କର ଚିକିତ୍ସା କରିଥିଲେ ଏବଂ ଏହି କର୍କଟକୁ ହରାଇ କରିଥିଲେ । ସ୍ୱାମୀ ଅଭିନେତ୍ରୀ ଅନୁପମ ଖେର ନିଜେ ଅଭିନେତ୍ରୀଙ୍କ ଏ ବିଷୟରେ ସୂଚନା ଦେଇଥିଲେ।
I have tested positive for Covid. So anyone who has come in contact with me please get yourself tested.
— Kirron Kher (@KirronKherBJP) March 20, 2023
କିରଣ ଖେର ୧୯୮୩ ପଞ୍ଜାବୀ ଫିଲ୍ମ ‘ଆସର ପ୍ୟାର ଦା’ରେ ଅଭିନୟ ଆରମ୍ଭ କରିଥିଲେ। ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ପାଞ୍ଚ ବର୍ଷ କାମ କରିବା ପରେ କିରଣ ଖେର ୧୯୮୮ ରେ ‘ପେଷ୍ଟୋନଜି’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। କିରଣ ଅଭିନୟ ପରେ ରାଜନୀତିରେ ପାଦ ଦେଇଥିଲେ । ତା’ ପରେ କିରଣ ଟିଭି ଶୋ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟରେ ଜଜ୍ ଭାବେ ନଜର ଆସୁଥିଲେ ।