ମନୋରଂଜନ

ରଣବୀର-ଆଲିଆଙ୍କ ପରେ ହେବ ଆଥିୟା- ରାହୁଲଙ୍କ ବିବାହ, ସୁନୀଲ ସେଟ୍ଟୀ ଘରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଟିଭି ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏବେ ସବୁଠାରୁ ବିବାହ ଋତୁ ଚାଲିଛି। ପୂର୍ବରୁ ବିକ୍କି କ୍ୟାଟ୍ରିନାଙ୍କ ବିବାହ ସରିଥିବା ବେଳେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହ ସରିଛି। ଏହା ପରେ ପୁଣି ବଲିଉଡରୁ ଆଉ ଏକ ଖୁସି ଖବର ଶୁଣିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ଏବଂ କେଏଲ ରାହୁଲଙ୍କ ବିବାହ ହେବ ବୋଲି ଏବେ ଖବର ମିଳିଛି।

ରିପୋର୍ଟ ଅନୁଯାୟୀ, ଖୁବଶୀଘ୍ର ଉଭୟଙ୍କର ହାତ ଗଣ୍ଠି ପଡିପାରେ । ଏ ନେଇ ସୁନୀଲଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି। ଆଥିୟା ଏବଂ କେ.ଏଲ୍ ରାହୁଲ ତିନି ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ଆଥିୟା ଏବଂ ରାହୁଲ ସାଉଥ ଇଣ୍ଡିଆନ ଷ୍ଟାଇଲରେ ବିବାହ କରିପାରନ୍ତି। ଯାହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ଜଣାପଡିଛି। ଦୁହିଁଙ୍କ ବିବାହ ୨୦୨୨ ଶେଷ ସୁଦ୍ଧା ହୋଇପାରେ ବୋଲି ରିପୋର୍ଟ ଆସିଛି।

ସୁନୀଲଙ୍କ ଜନ୍ମ ସାଉଥର ମାଙ୍ଗାଲୋରର ମୁଲକୀରେ ହୋଇଥିଲା। ଆଉ କେଏଲ ରାହୁଲ ମଧ୍ୟ ମାଙ୍ଗାଲୋରର । ତେଣୁ ବିବାହ ସାଉଥ ଇଣ୍ଡିଆନ ଷ୍ଟାଇଲରେ ହେବ ବୋଲି ଖବର ମିଳୁଛି।
ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଭାରତୀୟ ଟିମ୍ର ଖେଳାଳି କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ।

ରଣବୀର କପୁର ନିଜ ଗାର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଗୁରୁବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ବଲିଉଡ୍‌ର ଏହି କପଲ୍‌ ବିଗତ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ଦୁଇଜଣ ପାରମ୍ପରିକ ପଞ୍ଜାବୀ ଷ୍ଟାଇଲରେ ବିବାହ କରିଛନ୍ତି।

ଖବର ମୁତାବକ, ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

3 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

16 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

16 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago