କଙ୍ଗନାଙ୍କ ଶାଢୀର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

କଥାଟି ଜାଣି ଚକିତ ହେଉଥିବେ ନିଶ୍ଚିତ। ଏମିତି କଙ୍ଗନା କେତେ ଟଙ୍କାର ଶାଢୀ ପିନ୍ଧିଲେ ଯେ, ଯାହାକୁ ଜାଣି ଫ୍ୟାନଙ୍କ ହୋସ ଉଡିଯିବ। ବଲିଉଡର କେଉଁ ସେଲିବ୍ରିଟ ମଧ୍ୟ ଲକ୍ଷାଧିକ ଟଙ୍କାରୁ କମ୍ ମୂଲ୍ୟର ଡ୍ରେସ କିମ୍ବା ଆଉଟଫିଟ ପିନ୍ଧନ୍ତି ନାହିଁ। କିନ୍ତୁ କଙ୍ଗନା ଶାଢୀ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସର୍ବଦା ବିବାଦରେ ଫଶି ରହୁଥିବା କଙ୍ଗନାଙ୍କୁ ନିକଟରେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଯେଉଁଠି କଙ୍ଗନା ଏକ ଅଫ ହ୍ଵାଇଟ ଶାଢୀ ପିନ୍ଧିବା ସହିତ ବ୍ଲାକ ରଙ୍ଗର ଓଭରକୋଟ ପିନ୍ଧିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଯାହାର ସ୍ପଷ୍ଟୋକ୍ତି କଙ୍ଗନାଙ୍କ ଭଉଣୀ କରିଛନ୍ତି। ସେ ଟ୍ଵିଟର କହିଛନ୍ତି, ଏହି ଶାଢୀର ମୂଲ୍ୟ ମାତ୍ର ୬୦୦ ଟଙ୍କା। ଯାହା କଙ୍ଗନାଙ୍କ ଫ୍ୟାନଙ୍କୁ ଚକିତ କରିଦେଇଛି।
କେବଳ ଏତିକି ନୁହେଁ, କଙ୍ଗନା ଏହି ଶାଢୀ କଲିକତାରୁ କିଣିଥିଲେ। ଏତେ କମ୍ ପଇସାରେ କଟନ ଶାଢୀ ମିଳିବା ବହୁତ କଷ୍ଟକର। ଏହି କାରିଗରମାନଙ୍କୁ ପ୍ରୋତ୍ସାହନ ଦେବାକୁ ମଧ୍ୟ କଙ୍ଗନାଙ୍କ ଭଉଣୀ ଟ୍ଵିଟ କରିଛନ୍ତି। କଙ୍ଗନା ଏବେ ପ୍ରାୟ ସମୟ ଶାଢୀ ପିନ୍ଧୁଥିବାର ନଜର ଆସୁଛନ୍ତି। ଚଳିତବର୍ଷ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ କଙ୍ଗନାଙ୍କ ଦେଶୀ ଲୁକ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଖୁବଶୀଘ୍ର କଙ୍ଗନା ଜୟଲଳିତାଙ୍କ ବାୟୋପିକର ନଜର ଆସିବେ ବୋଲି ସୂଚନା ରହିଛି।