ମନୋରଂଜନ

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି? ଜାଣନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ…

ରାସ୍ତା କଡ଼ ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ। ସ୍ୱଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଥିବା ଏହି ମହିଳା ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହିମେଶ ରେଶମିଆଙ୍କ ଯୋଗୁ ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ଯେଭଳି ଖୁବ୍‌ କମ୍‌ ସମୟରେ ଲୋକଲୋଚନକୁ ଆସିଥିଲେ ସେହିଭଳି ନିଜ ଉପର ମୁହାଁ ପ୍ରକୃତି, ଫ୍ୟାନ୍‌ଙ୍କ ସହ ଦୁର୍ବବ୍ୟବହାର ଯୋଗୁ ଘୃଣାର ପାତ୍ର ମଧ୍ୟ ପାଲଟିଥିଲେ। ଦିନେ ପ୍ରଶଂସାରେ ପୋତି ପକାଉଥିବା ଫ୍ୟାନ୍‌ ତାଙ୍କୁ ଏବେ ଗାଳି ଦେଉଛନ୍ତି। କେବଳ ଖରାପ ବ୍ୟବହାର ଯୋଗୁ ହିଁ ତାଙ୍କ ଅସ୍ତିତ୍ୱ ଲିଭିବାକୁ ବସିଲାଣି।

ତେରି ମେରି କାହାନୀ ଗୀତରୁ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ରାନୁ ମଣ୍ଡଳଙ୍କୁ ସେତେବେଳ ସମୟରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚିହ୍ନିଯାଇଥିଲେ। ଷ୍ଟେସନ୍‌ରେ ଭିକ ମାଗୁଥିବା ରାନୁଙ୍କ ଗୀତ ଶୁଣି ଜଣେ ସୋସିଆଲ ମିଡିଆ ୟୁଜର ତାକୁ ସେୟାର କରିଥିଲେ। ଏହି ଗୀତ ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେମାନେ ତାହାକୁ ଖୁବ୍‌ ସେୟାର କରିବାକୁ ଲାଗିଥିଲେ। ଏହି ଗୀତ ଉପରେ ହିମେଶଙ୍କ ଦୃଷ୍ଟି ପଡ଼ିବାରୁ ସେ ରାନୁଙ୍କୁ ନିଜ ଫିଲ୍ମର ଏକ ଗୀତ ଗାଇବାକୁ ସୁଯୋଗ ଦେଇଥିଳେ। ରାନୁଙ୍କ ଯୋଗୁ ଗୀତଟି ହିଟ୍‌ ମଧ୍ୟ ହେଲା।

କିନ୍ତୁ ରାସ୍ତା କଡ଼ରୁ ରାଜଉଆସ ଦେଖିବା ପରେ ରାନୁଙ୍କ ପ୍ରକୃତି ବଦଳିଯାଇଥିଲା। ସେ ନିଜ ପ୍ରକୃତ ପରିଚୟ ଭୁଲିଯାଇଥିଲେ। ଖୁସିରେ ତାଙ୍କ ପାଖକୁ ଫଟୋ ଉଠାଇବାକୁ ଆସୁଥିବା ଲୋକଙ୍କୁ ସେ ଦୁର୍ବ୍ୟବହାର କରିବାକୁ ଲାଗିଲେ। ତାଙ୍କ ଅଶାଳୀନ ବ୍ୟବହାରର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ରାନୁଙ୍କୁ ଘୃଣା କରିବା ଆରମ୍ଭ କଲେ। ଏଥିସହ ରାନୁଙ୍କ ଲୋକପ୍ରିୟତା ମଧ୍ୟ କମିବାକୁ ଲାଗିଲା। ଲୋକଙ୍କ ଭଲ ପାଇବା ଯୋଗୁ ଶୀର୍ଷରେ ପହଞ୍ଚିଥିବା ରାନୁ ପୁଣି ଥରେ ରାତାରାତି ତଳକୁ ଖସିଗଲେ। ଏବେ ରାନୁଙ୍କ ହାତରେ ଆଉ କିଛି ପ୍ରୋଜେକ୍ଟ ନାହିଁ। ଏମିତି କି ତାଙ୍କୁ ଆଉ କେହି ପଚାରୁନଥିବା ଜଣାପଡ଼ିଛି। ତେବେ ରାନୁଙ୍କ ଜୀବନକୁ ନେଇ ବାୟୋପିକ୍‌ ନିର୍ମାଣ ହେବା ନେଇ ଶୁଣିବାକୁ ମିଳୁଛି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

18 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago