ତେଲଗୁ ସୁପରଷ୍ଟାର ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ କେତେ ଦାବି କରନ୍ତ, ଜାଣିଲେ ଉଡିଯିବ ହୋସ୍

ତେଲଗୁ ଫିଲ୍ମର ସୁପର ଷ୍ଟାର ମହେଶ ବାବୁ ଏବେ ନିଜ ଫିଲ୍ମ ‘ସରକାରୀ ଭାରି ପଟା’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ତାଙ୍କର ଏହି ଫିଲ୍ମ ୧୨ ମଇରେ ରିଲିଜ ହେବ । ତେବେ ମହେଶ ବାବୁ ତାଙ୍କର ଏକ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମହେଶ ବାବୁ ନିକଟରେ ଏକ ବୟାନ ଦେଇଥିଲେ ‘ମୋତେ ହିନ୍ଦୀ ଫିଲ୍ମରୁ ବହୁତ ଅଫର ଆସୁଛି, ତେବେ ମୋତେ ଲାଗୁନି କି ସେମାନେ ମୋତେ ଠିକ ପାରିଶ୍ରମିକ ଦେଇପାରିବେ ।’
ତେଣୁ ଏମିତି ଇଣ୍ଡଷ୍ଟ୍ରିରେ କାମ କରି ମୁଁ ମୋର ସମୟ ବର୍ବାଦ କରିବାକୁ ଚାହୁଁନାହିଁ । ମୋତେ ଏହି ଇଣ୍ଡଷ୍ଟ୍ରିରେ ଯେଉଁ ସମ୍ମାନ ମିଳିଛି, ତାହା ବହୁତ ବଡ଼ । ତେଣୁ ମୁଁ କେବେ ମୋ ଇଣ୍ଡଷ୍ଟ୍ରକୁ ଛାଡିବାକୁ ଚିନ୍ତା ବି କରିନି ବୋଲି କହିଛନ୍ତି ମହେଶ ବାବୁ ।
କେତେ ପାଆନ୍ତି ମହେଶ ବାବୁ :
ମିଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହେଶ ବାବୁ ସାଧାରଣତଃ ଗୋଟିଏ ଫିଲ୍ମ ପାଇଁ ୫୫ କୋଟି ଟଙ୍କା ନିଅନ୍ତି । ଏକ ସୂତ୍ରରୁ ଜଣାପଡ଼ିଛି ଯେ ସେ ଏବେ ତାଙ୍କ ଫିସ ବଢ଼ାଇ ଦେଇଛନ୍ତି । ଏବେ ଗୋଟିଏ ଫିଲ୍ମ ପାଇଁ ୮୦ କୋଟି ନେଉଛନ୍ତି ।
ସେହିପରି ବଲିଉଡରେ ଅକ୍ଷୟ କୁମାର ଓ ସଲମାନ ଖାନ୍ ସବୁଠୁ ଅଧିକ ଟଙ୍କା ନେଉଥିବା ଅଭିନେତା । ଅକ୍ଷୟ କୁମାର ତାଙ୍କର ଫିଲ୍ମ ସିଣ୍ଡ୍ରେଲା ପାଇଁ ୧୩୫ କୋଟି ଟଙ୍କା ନେଉଥିବା ବେଳେ ସଲମାନ ଖାନ ଫିଲ୍ମ ଟାଇଗର ଜିନ୍ଦା ହେ ପାଇଁ ମଧ୍ୟ ୧୩୫ କୋଟି ଟଙ୍କା ନେଇଥିବା ଜଣାଯାଇଛି ।