ଆପଣଙ୍କ ଲୋକପ୍ରିୟ ବଲିଉଡ ଅଭିନେତାଙ୍କ ପ୍ରକୃତ ନାମ କଣ ଜାଣନ୍ତୁ, ଯାହା ପୂର୍ବରୁ ଆପଣ ବୋଧହୁଏ ଜାଣିନଥିବେ

ଅଶୋକ କୁମାର, କିଶୋର କମାର, ଅମିତାଭ ବଚ୍ଚନ, ରାଜକୁମାର ରାଓ ଏହା ସବୁ ବଦଳା ଯାଇଥିବା ନାମ ଅଟେ। ଏହା ସେହି ନାମ ଯେଉଁମାନେ ହିନ୍ଦୀ ସିନେମାରେ ଏକ ରୁ ଅଧିକ ବଡ ଫିଲ୍ମ ଦେଇଛନ୍ତି। ବଲିଉଡରେ ଯେତେ ବି କଳାକାରମାନେ ଏବେ ପର୍ୟ୍ୟନ୍ତ ଅଛନ୍ତି, ସେମାନଙ୍କୁ ଫ୍ୟାନ୍ସ ମାନେ ଯେଉଁ ନାମରେ ଡାକୁଛନ୍ତି, ତାହା ତାଙ୍କର ଅସଲି ନାମ ନୁହେଁ। ଅନେକ ତାଙ୍କ ନାମ ଡାକିଲାବେଳେ ବହୁତ ସମସ୍ୟା ହେଉଥିବା କାରଣରୁ ବଦଳାଇଲେ ତ ଆଉ କେହି ଗ୍ରହ ନକ୍ଷତ୍ରକୁ ଦାୟୀ କରି ବଦଳାଇଛନ୍ତିା ଆସନ୍ତୁ ଜାଣିବା ଆପଣଙ୍କ ଲୋକପ୍ରିୟ ଷ୍ଟାରଙ୍କ ବିଷୟରେ ଆଉ ତାଙ୍କର ପୂର୍ବରୁ କଣ ନାମ ରହିଥିଲା।
ଇଣ୍ଡଷ୍ଟ୍ରୀରେ ନିଜର ଅଲଗା ପରିଚୟ ବନାଇଥିବା ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫ ମଧ୍ୟ ନିଜ ବାପାଙ୍କ ଭଳି ଫିଲ୍ମକୁ ଆସିବା ପରେ ନିଜ ନାମକୁ ବଦଳାଇ ଦେଇଥିଲେ। ଟାଇଗରଙ୍କ ଅସଲି ନାମ ‘ଜୟ ହେମନ୍ତ ଶ୍ରଫ୍’।
‘ଜନ୍ନି ଲିଭର’ ଏକ ଏମିତି ଅଭିନେତା ଅଟନ୍ତି ଯାହାଙ୍କ ନାମ ଶୁଣିବା ମାତ୍ରକେ ହିଁ ଆପଣଙ୍କ ଚେହେରାରେ ହସ ଆସିଯିବ କିନ୍ତୁ କଣ ଆପଣ ଜାଣନ୍ତି ତାଙ୍କର ଅସଲି ନାମ ଜନ ରାଓ ପ୍ରକାଶ ଜାନୁମଲା ଅଟେ।
ନିକଟରେ ସତ୍ୟମେବ ଜୟତେରେ ଦେଖାଯାଇଥିବା ଜନ ଆବ୍ରାହମଙ୍କର ଅସଲି ନାମ ଆପଣ ଜାଣି ନାହାନ୍ତି। ଜନ ଆବ୍ରାହମଙ୍କର ଅସଲି ନାମ ହେଉଛି ‘ଫରହାନ ଆବ୍ରାହମ୍’।
ଗୋବିନ୍ଦାଙ୍କ ଅସଲି ନାମ ‘ଗୋବିନ୍ଦ ଅରୁଣ ଆହୂଜା’ ଅଟେ।
‘ବାହୁବଲୀ’ ରୁ ସୁପରହିଟ ହୋଇଥିବା ଅଭିନେତା ପ୍ରଭାସଙ୍କର ପୂରା ନାମ ମଧ୍ୟ କେତେ ଜଣ ଲୋକ ଜାଣିଥିବେ। ବାସ୍ତବରେ ପ୍ରଭାସଙ୍କର ପୂରା ନାମ ହେଉଛି ‘ୱେକ୍ଟା ସତ୍ୟ ନାରାୟଣ ପ୍ରଭାସ ରାଜୁ ଉପାଳପତି’ ଅଟେ।
ଦିନେ ନକ୍ସଲ ଥିବା ଏହି କଳାକାରଙ୍କ ନାମ ମିଥୁନ ଚକ୍ରବର୍ତ୍ତୀ। ସେ ତାଙ୍କର ଏହି ନାମ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଛନ୍ତି। କିନ୍ତୁ ତାଙ୍କର ଅସଲି ନାମ ହେଉଛି ‘ ଗୌରାଙ୍ଗ ଚକ୍ରବର୍ତ୍ତୀ’।
ଶେଷରେ କଥା ହେବା ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ। ଅମିତାଭ ବଚ୍ଚନଙ୍କ ଅସଲି ନାମ ହେଉଛି ‘ଇନକଲାବ ଶ୍ରୀବାସ୍ତବ’, କିନ୍ତୁ ଆଜି ସବୁ ଲୋକ ତାଙ୍କୁ ଅଭିତାଭ ବଚ୍ଚନ ଏବଂ ବିଗ୍ ବି ନାମରେ ଜାଣିଛନ୍ତି।