ନୂତନଙ୍କୁ ରାସ୍ତାରେ ଦେଖି ସ୍କୁଟରୁ ପଡ଼ୁ ପଡ଼ୁ ରହିଯାଇଥିଲେ ଅମିତାଭ, ଜାଣନ୍ତୁ ପୁରା କାହାଣୀ

ହିନ୍ଦୀ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ନୂତନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ ଚର୍ଚ୍ଚିତ । ନୂତନ ‘ମିସ ଇଣ୍ଡିଆ’ ଜିତିଥିବା ପ୍ରଥମ ଅଭିନେତ୍ରୀ । ନୂତନ ନିଜ ଫିଲ୍ମ କ୍ୟାରିଅରରେ ୭୦ ଫିଲ୍ମ କରିବା ସହ ସବୁଥିରେ ନିଜର ଅଭିନୟ ପାଇଁ ବେଶ ଲୋକପ୍ରିୟ ହୋଇପାରିଥିଲେ । ଆଜି ନୂତନ ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କ ସହିତ ବିଗ ବି ଅମିତାଭ ବଚ୍ଚନଙ୍କ ଏମିତ ଏକ କାହାଣୀ ରହିଛି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ନୂତନଙ୍କୁ ଦେଖି ଅମିତାଭ ହୋଇଯାଇଥିଲେ ସ୍ତବ୍ଧ

ଏହି ଘଟଣା ସେତେବେଳର ଯେତେବେଳେ ଅମିତାଭ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ । ଦିନେ ନୂତନ ତାଙ୍କ ପତି ରଜନୀଶ ବହଲଙ୍କ ସହ ରାସ୍ତା ପାର ହେଉଥିଲେ ଓ ଅମିତାଭ ତାଙ୍କ ସ୍କୁଟରରେ କନ୍ନାଟ ପ୍ଲେସ ଆଡକୁ ଯାଉଥିଲେ । ହଠାତ୍‌ ଅମିତାଭଙ୍କ ଦୃଷ୍ଟି ନୂତନଙ୍କ ଉପରେ ପଡ଼ିଲା ଯିଏ କି ପତିଙ୍କ ସହ ଯାଉଥିଲେ । ଅମିତାଭ ତାଙ୍କୁ ଦେଖି ଦେଖି ଯାଉଥିବା ବେଳେ ସ୍କୁଟରରୁ ପଡ଼ୁ ପଡ଼ୁ ବଞ୍ଚି ଯାଇଥିଲେ । ଅମିତାଭ ଏହି କଥା ଏକ ଷ୍ଟେଜରେ କହିଥିଲେ ।

ଅମିତାଭ ଏକ ଇଣ୍ଟରଭ୍ୟୁରେ ନୂତନଙ୍କ କାମର ପ୍ରତିବଦ୍ଧତା ସମ୍ପର୍କରେ କହିଥିଲେ ଯେ ସେ କିପରି ସୁଟିଂ ସେଟରେ ସକାଳ ୬ ଟାରେ ପ୍ରଥମେ ପହଞ୍ଚି ଯାଉଥିଲେ । ତାଙ୍କର କଥା କହିବାର ତରିକା ମଧ୍ୟ ବହୁତ ସୁନ୍ଦର ଥିଲା । ସେ ଭଲ ଗୀତ ମଧ୍ୟ ଗାଉଥିଲେ ।

୧୯୭୮ ରେ ଅମିତାଭ ଫିଲ୍ମ ‘ଡନ’ ପାଇଁ ବେଷ୍ଟ ଆକ୍ଟର ଓ ନୂତନ ଫିଲ୍ମ ‘ମେ ତୁଳସୀ ତେରୀ ଆଙ୍ଗନ କି’ ପାଇଁ ବେଷ୍ଟ ଆକ୍ଟ୍ରେସ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଯେଉଁଥିରେ ନୂତନ ଓ ଅମିତାଭ ଏକ ସଂଗେ ଟ୍ରଫି ନେବାର ଦେଖାଯାଇଥିଲା । ଗତବର୍ଷ ମଇ ମାସରେ ଅମିତାଭ ଉଭୟଙ୍କର ଏହି ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.