ଢ଼ାବାରେ ବାସନ ମାଜୁଥିଲେ ବଲିଉଡ୍‌ର ଏହି ଖ୍ୟାତନାମା ଅଭିନେତା

ଆଜି ଯେଉଁ ଅଭିନେତାମାନେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଦିନେ ସେମାନଙ୍କ ଜୀବନ କେତେ ଅଙ୍କା ବଙ୍କା ପଥ ଦେଇ ଗତି କରିଛି ତାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ଏମିତି କିଛି ଅଭିନେତା ଅଭାବ କଷଣ ଦେଇ ଗତି କରି ମଧ୍ୟ ସେମାନଙ୍କ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନାହାଁନ୍ତି । ଦିନେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଏମିତି ଜଣେ କଳାକାର ହେଲେ ଓମ୍‌ ପୁରୀ । ଆଜି ସେ ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କର ସ୍ମୃତି ଆମ ଭିତରେ ଜୀବିତ ହୋଇ ରହିଛି ।

om puri-1

ଓମ୍‌ ପୁରୀ ହରିୟାଣାର ଅମ୍ବାଲାରେ ଜନ୍ମ ଗ୍ରହଣ କରିଥିଲେ ୧୮ ଅକ୍ଟୋବର ୧୯୫୦ରେ । ସେ ଅନେକ ସାକ୍ଷାତକାରରେ ତାଙ୍କ ପିଲା ଦିନର କାହାଣୀ କହିଛନ୍ତି । ପିଲାଦିନେ ସେ ବହୁ ଅଭାବ ଦେଇ ଗତି କରିଥିଲେ । ଯେତେବେଳେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା, ସେ ଏକ ଚା’ ଦୋକାନରେ କପ୍‌ ଧୋଇବା କାମ କରୁଥିଲେ ।

om puri-1.JPG-2

ଖାଲି ସେତିକି ନୁହେଁ ସେ ଢ଼ାବାରେ ବାସନ ମଧ୍ୟ ମାଜିଛନ୍ତି । ଦିନସାରା କାମ କରି ଥକି ଯାଉଥବାରୁ ରାତିରେ ଶୀଘ୍ର ଶୋଇ ପଡୁଥିଲେ । ବାସନ ରାତିରେ ମାଜି ନପାରି ସେସବୁକୁ ଲୁଚାଇ ସକାଳେ ମାଜୁଥିଲେ । ହେଲେ ଏ କାମ ଦିନେ ଢ଼ାବା ମାଲିକଙ୍କ ଆଖିରେ ପଡ଼ିଯିବାରୁ ସେ ତାଙ୍କୁ ଢ଼ାବାରୁ କାଢ଼ି ଦେଇଥିଲେ ।

om-00

ଓମ୍‌ ପିଲାଦିନେ ବହୁତ ଫିଲ୍ମ ଦେଖୁଥିଲେ । ଫିଲ୍ମ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ସେ ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ନାମ ଲେଖାଇଥିଲେ । ସେଠାରୁ ବାହାରି ସେ ବହୁତ ଭଲ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଫିଲ୍ମଗୁଡିକ ମଧ୍ୟରେ ଆକ୍ରୋଶ, ଗାନ୍ଧୀ, ସ୍ପର୍ଶ, ଜାନେ ଭି ଦୋ ୟାରୋ, ଆରୋହନ୍‌, ଅର୍ଦ୍ଧସତ୍ୟ, ମଣ୍ଡି, ପାର୍‌, ମିର୍ଚ୍ଚ ମସାଲା, ଏବଂ ସିଟି ଅଫ୍‌ ଜୟ ଭଳି ଅନେକ କାଳଜୟୀ ଫିଲ୍ମ ରହିଛି । ୨୦୧୭ ଜାନୁଆରୀ ୬ରେ ଓମ୍‌ ପୁରୀଙ୍କ ପରଲୋକ ଘଟିଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.