ଜେଲରୁ ବାହାରିବା ପରେ ଏମିତି କହିଲେ ଅଲୁ ଅର୍ଜୁନ..
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ତେଲେଙ୍ଗାନା ହାଇକୋର୍ଟ ରୁ ଜାମିନ ମିଳିଥିଲା । ଆଜି ସକାଳ ସମୟରେ ହାଇଦ୍ରାବାଦ ସେଣ୍ଟ୍ରାଲ ଜିଲ୍ଲାରୁ ମୁକ୍ତ କରାଯାଇଛି । ଅଭିନେତାଙ୍କ ବାପା ଅଲ୍ଲୁ ଅରବିନ୍ଦ ଏବଂ ଶ୍ବଶୁର କଞ୍ଚରଲା ଚନ୍ଦ୍ର ଶେଖର ତାଙ୍କୁ ନେବା ପାଇଁ ଆସିଥିଲେ । ଅଲୁ ଅର୍ଜୁନଙ୍କୁ ଅନ୍ତରୀଣ ବେଲ ମିଳିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଯାଇଥିଲେ । ଜେଲରୁ ମୁକୁଳିବା ପରେ ଅଲୁ ନିଜ ପରିବାର ଲୋକଙ୍କ ପାଖକୁ ଓ ନିଜ ଘରକୁ ଫେରି ଯାଇଥିଲେ । ଘରେ ପହଞ୍ଚିବା ପରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କୁ ତାଙ୍କୁ ସପୋର୍ଟ କରିଥିବାରୁ ଧନବାଦ ଜଣାଇଥିଲେ ।
ପୀଡିତ ପରିବାରଙ୍କ ପ୍ରତି ଦୁଃଖ ପ୍ରକାଶ କରିଥିଲେ । ଯେଉଁ ମହିଳାଙ୍କ ଜୀବନ ଚାଲି ଯାଇଥିଲା ସେହି ପରିବାରକୁ ଅଲୁ ସମବେଦନା ଜଣାଇଥିଲେ । ଏହା ଏକ ଦୁର୍ଭାଗପୁର୍ଣ୍ଣ ଘଟଣା ଥିଲା । ଏହା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଦେବା ପାଇଁ ଉପସ୍ଥିତ ରହିବି ଏହା ସହ ଏଭଳି କଠିନ ସମୟରେ ମୋ ଦ୍ବାରା ଯାହା ସମ୍ଭବ ତାହା ନିଶ୍ଚୟ ସହାୟତା କରିବି ବୋଲି କହିଛନ୍ତି ଅଲୁ ଅର୍ଜୁନ । ଏହି ଘଟଣା ସମ୍ପର୍କରେ କଥା କହୁଥିବା ବେଳେ ଅଲୁ ଅର୍ଜୁନ କହିଥିଲେ ଏହା ଅଜାଣତରେ ହୋଇଛି ।
ଯେତେବେଳେ ମୁଁ ଫିଲ୍ମ ଦେଖିବାକୁ ଯାଇଥିଲି ସେହି ସମୟରେ ହଠାତ ଏ ଘଟଣା ଘଟିଥିଲା । ଦୀର୍ଘ ୨୦ ବର୍ଷ ହେଲା ଫିଲ୍ମ ଦେଖିବାକୁ ମୁଁ ସିନେମା ଘରକୁ ଯାଉଛି । ଏହା ସବୁବେଳେ ଏକ ସୁଖଦ ଅନୁଭବ ହୁଏ । କିନ୍ତୁ ଏବେ ଏହି ଘଟଣା ଏକ ଭିନ୍ନ ମୋଡ ନେଇଥିଲା । ଜେଲରୁ ବାହାରିବା ପରେ ଅଲୁ ଅର୍ଜୁନ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଚିନ୍ତା କରିବାର କୌଣସି କଥା ନାହିଁ । ମୁଁ ଠିକ ଅଛି । ମୁଁ ଆଇନ ଉପରେ ବିଶ୍ବାସ ରଖିଛି । ଅଦାଲତରେ ଏହି କେସର ବିଚାର ଚାଲିଛି ମୁଁ ମଝିରେ ଏ ବିଷୟରେ କିଛି କହିବି ନାହିଁ ।
ମୁଁ ଆଇନକୁ ମାନି ଚଳିବା ଏକ ନାଗରିକ । ମୁଁ ପୋଲିସଙ୍କୁ ସହଯୋଗ କରିବି । ଫ୍ୟାନ୍ସ ମାନଙ୍କୁ ଅଲୁ ଅର୍ଜୁନ କହିଥିଲେ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ । ଯେଉଁମାନେ ଏହି ସମୟରେ ମୋ ସାଥିରେ ଅଛନ୍ତି । ସମସ୍ତଙ୍କ ପ୍ରେମ ଓ ସପୋର୍ଟ ପାଇଁ ବହୁତ ବହୁତ ଧନବାଦ ଜଣାଉଛି । ମୁଁ ଆଜି ଆପଣମାନଙ୍କ ଭଲ ପାଇବା ଯୋଗୁଁ ଏହି ଜାଗାରେ ପହଞ୍ଚି ପାରିଛି । ମୁଁ ମୋର ଫ୍ୟାନ୍ସ ମାନଙ୍କୁ ଧନବାଦ ଜଣାଇବାକୁ ଚାହୁଛି ବୋଲି କହିଥିଲେ । ଅଲୁ ଜେଲରୁ ମୁକୁଳିବା ପରେ ଘରେ ପହଞ୍ଚିବା ପୁର୍ବରୁ ଗୀତା ଆଟର୍ସର ଏକ ଅଫିସରେ ପହଞ୍ଚିଥିଲେ ।
ଗୀତା ଆର୍ଟସ ସାଉଥ ଇଣ୍ଡିଆ ସିନେମାର ସବୁଠାରୁ ପରିଚିତ ହେଇଥିବା ଏକ ପ୍ରଡକସନ ହାଉସ ଅଟେ । ୧୯୭୨ ମସିହାରେ ଅଲୁ ଅର୍ଜୁନଙ୍କ ବାପା ଅଲୁ ଅରବିନ୍ଦ ଏହାକୁ ଆରମ୍ଭ କରିଥିଲେ । ଏହାକୁ ଅଭିନେତା ଅଲୁ ଅର୍ଜୁନ ଚଲାଉଥିଲେ । ନିଜ ପ୍ରୋଡକସନ ହାଉସ ଗୀତା ଆର୍ଟସ ରୁ ବାହାରିବା ପରେ ଅଲୁ ନିଜ ଘରକୁ ଯାଇଥିଲେ । ତାଙ୍କ ଘର ବାହାରେ ସୁରକ୍ଷାର ସମସ୍ତ ବ୍ୟବସ୍ଥା ପୁର୍ବରୁ କରାଯାଇଥିଲା ।