‘କିସ୍‌ କଲେ ଓଠ କାଟି ଦେବି’, ଝିଅ ସୁହାନାଙ୍କ ବୟ ଫ୍ରେଣ୍ଡକୁ ନେଇ ଏମିତି ଧମକ ଦେଲେ ଶାହାରୁଖ

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ଙ୍କ ଅଲିଅଳି ଝିଅ ସୁହାନା ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶାହାରୁଖ ଖାନ୍‌ । ସୁହାନାଙ୍କ ଆଜି ଜନ୍ମ ଦିନ । ୨୨ ବର୍ଷରେ ପଦାର୍ପଣ କଲେ ସୁହାନା । ସାଧାରଣତଃ ସବୁ ପିତା ମାତା ତାଙ୍କର ଝିଅକୁ ନେଇ ସିରିୟସ ଥାଆନ୍ତି । ଶାହାରୁଖ ବି ସେଥିରୁ ଭିନ୍ନ ହେବେ କିପରି ।

ଆଜି ଝିଅ ସୁହାନାଙ୍କ ଜନ୍ମ ଦିନ ଅବସରରେ କିଛି ବର୍ଷ ପୂର୍ବରୁ ଶାହାରୁଖ କହିଥିବା କିଛି କଥା ମନେ ପଡୁଛି । ‘କଫି ଓ୍ଵିଥ କରଣ ଶୋ’ରେ ଶାହାରୁଖ ଆଲିଆ ଭଟ୍ଟଙ୍କ ସହ ଯୋଗ ଦେଇଥିଲେ । ମସ୍ତି-ମଜାକ ମାହୋଲ ଚାଲିଥିବା ବେଳେ ଶାହାରୁଖଙ୍କୁ ଝିଅ ସୁହାନାଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଦେଲେ କରଣ । କରଣ ପଚାରିଲେ- ‘ଆପଣ ଝିଅକୁ ଏବେ ୧୬ ବର୍ଷ ହୋଇଗଲାଣି ।

ଯଦି କିଏ ଆପଣଙ୍କ ଝିଅକୁ କିସ କରିଦେବ, ତାକୁ କ’ଣ ଆପଣ ମାରିଦେବେ ।’ କରଣଙ୍କ ପ୍ରଶ୍ନ ସମାପ୍ତ ନହେଉଣୁ ଶାହାରୁଖ କହିପକାଇଲେ –‘ ମୁଁ ତା’ର ଓଠ କାଟିଦେବି ।’ ଶାହାରୁଖଙ୍କ ଉତ୍ତର ଶୁଣି ଆଲିଆ ଓ କରଣ ତାଙ୍କର ହସ ରୋକି ପାରିନଥିଲେ ।

କିଙ୍ଗ ଖାନ୍‌ଙ୍କ ନେସନାଲ ଟିଭିରେ ଏହି ବୟାନକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ଚାଲିଥିଲା । ଏହି କଥାକୁ ନେଇ ଆଉ ଯିଏ ଯାହ ଭାବୁ ପଛେ ସୁହାନାଙ୍କ ବୟ ଫ୍ରେଣ୍ଡଙ୍କ ହୋସ ତ ନିଶ୍ଚୟ ଉଡିଥିବ । ଖୁବ ଶୀଘ୍ର ସୁହାନାଙ୍କ ଫିଲ୍ମ ‘ଦି ଆର୍ଚିଜ’ର ଟିଜର ମୁକ୍ତି ଲାଭ କରିଥିଲା । ଝିଅର ଟିଜର ରିଲିଜ ହେବା ପରେ ଶାହାରୁଖ ଏକ ସୁନ୍ଦର ପୋଷ୍ଟ କରିଥିଲେ । ତେବେ ଦେଖାଯାଉ ଝିଅର ଜନ୍ମ ଦିନରେ ଶାହାରୁଖ କ’ଣ ଲେଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.