କଫି ଓ୍ଵିଥ୍‌ କରନ୍‌ରେ ମିସେସ୍ କିଙ୍ଗ ଖାନ୍, ଆର୍ଯ୍ୟନଙ୍କ ଜେଲ ଯିବା ମାମଲାରେ ଖୋଲିଲେ ମୁହଁ

ମୁମ୍ବାଇ: କରନ୍‌ ଜୋହରଙ୍କ ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ଖାସ୍‌ କରି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପତ୍ନୀ ଗୌରୀଙ୍କୁ ଦେଖିବା ପାଇଁ ଏଥରକ ଅଧିକ ଉତ୍ସାହିତ ଅଛନ୍ତି ଫ୍ୟାନ୍‌। ଚଳିତ ସିଜନ୍‌ରେ ଗୌରୀ ଖାନ୍‌ କରନ୍‌ଙ୍କ ଶୋ’ରେ ଆସୁଛନ୍ତି। ଏହି ଶୋ’କୁ ପ୍ରାୟ ୧୮ ବର୍ଷ ହେଲାଣି। ଶାହାରୁଖ ଖାନ୍‌ ମଧ୍ୟ ଅନେକ ଥର ଆସିଛନ୍ତି। କିନ୍ତୁ ଗୌରୀ ବର୍ତ୍ତମାନ ଥରୁଟିଏ ବି କରନ୍‌ ଜୋହରଙ୍କ ଅତିଥି ହୋଇନାହାନ୍ତି। ସେ କାହିଁକି ଶୋ’କୁ ଆସିନାହାନ୍ତି ତାହାର ଖୁଲାସା କରିଛନ୍ତି ଗୌରୀ କହିଛନ୍ତି।

ଗୌରୀ କହିଛନ୍ତି ମୁଁ ୨୦୦୫ରେ ଏହି ଶୋକୁ ଆସିଥିଲି। ସେତେବେଳେ କରନ୍‌ ଜୋହର ମୋତେ ଜବରଦସ୍ତ ଆଣିଥିଲେ। ସେହି ସମୟରେ ଗୌରୀ ଏବଂ ହ୍ରିତିକଙ୍କ ପତ୍ନୀ ସୁଜୈନ୍‌ ଆସିଥିଲେ। ସାଙ୍ଗରେ ହ୍ରିତିକ ରୋଶନ ଏବଂ ଶାହାରୁଖ ଖାନ ମଧ୍ୟ ଥିଲେ।

ଶାହାରୁଖଙ୍କ ପତ୍ନୀ ଗୌରୀ ଜଣେ ପ୍ରାଇଭେଟ୍‌ ପର୍ସନ। ଚାଟ୍‌ ଶୋ’ରେ ତାଙ୍କୁ କ୍ୱଚିତ୍‌ ଦେଖିବାକୁ ମିଳିଥାଏ। ଏଥର ତାଙ୍କୁ କଫି ଓ୍ଵିଥ୍‌ କରନ୍‌ରେ ଚଙ୍କି ପାଣ୍ଡେଙ୍କ ସ୍ତ୍ରୀ ଭାବନା ପାଣ୍ଡେ ଏବଂ ସଞ୍ଜୟ କପୁରଙ୍କ ସ୍ତ୍ରୀ ମହୀପ କପୁରଙ୍କ ସହ ଗପସପ କରୁଥିବା ଦେଖିବାକୁ ମିଳିବ। ଶୋ’ର ପ୍ରୋମୋ ଆସିଛି ଏବଂ ଏହାକୁ ଲୋକମାନେ ବେଶ୍‌ ପସନ୍ଦ ବି କରୁଛନ୍ତି। କରନ୍‌ ଜୋହର ଆଗାମୀ ଶୋ’ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ଗୌରୀଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ଶୋରେ ଗୌରୀ ପୁଅ ଆର୍ଯ୍ୟନ ଜେଲ ଯିବା କଥା କହିଛନ୍ତି। ଆର୍ଯ୍ୟନ ଜେଲ ଯିବା ସମୟ ତାଙ୍କ ଜୀବନର ସବୁଠୁ କଷ୍ଟଦାୟକ ମୁହୂର୍ତ୍ତ ଥିଲା। ଏହି ସମୟରେ ପୂରା ପରିବାର ଏକାଠି ଥିଲୁ ବୋଲି ଗୌରୀ କହିଛନ୍ତି। ମା ଭାବେ ସେ ସମୟରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବି କାହାରିକୁ ନିଜ ମନ କଥା ଜାଣିବାର ସୁଯୋଗ ଦେଇନଥିଲେ ଓ ମଜଭୁତ ଥିଲେ ବୋଲି କହିଛନ୍ତି ଗୌରୀ।

ଶୋ’ରେ କରନ୍‌ ଗୌରୀଙ୍କୁ ପଚାରିଥିଲେ ଯେ ତୁମ ଝିଅ ସୁହାନାଙ୍କୁ କେଉଁ ଡେଟିଂ ପରାମର୍ଶ ଦେବାକୁ ଚାହୁଁଛ। ଗୌରୀ ମଜାଳିଆ ଉତ୍ତର ଦେଇ କହିଛନ୍ତି କି କେବେହେଲେ ଦୁଇ ଜଣ ଯୁବକଙ୍କ ସହ ଡେଟ୍‌ କରନି।

ଗୌରୀ କହିଛନ୍ତି, କରନ୍‌ଙ୍କ ଶୋ’କୁ ଆସିବା ପୂର୍ବରୁ ମୁଁ ପ୍ରସ୍ତୁତ ହୋଇ ବହୁତ ଉତ୍ସାହିତ ଅଛି। କାରଣ ଯଦି ଆପଣ କରନ୍‌ଙ୍କ ସହିତ ଅଛନ୍ତି, ତେବେ ଆପଣଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ। ନଚେତ୍‌ ସେ ଆପଣଙ୍କୁ ତାଙ୍କ ଶୋ’ରେ ନେବେ ନାହିଁ। କରନ୍‌ଙ୍କ ଶୋ’ରେ ଆସିବାକୁ ହେଲେ ଆପଣ ସୁନ୍ଦର ଦିଶିବା ଜରୁରୀ। ଏହି ଶୋ’ ପାଇଁ ପ୍ରସ୍ତୁତ ହେବା, ସାଙ୍ଗମାନଙ୍କ ସହିତ ବସିବା, ଗପସପ କରିବାକୁ ମଜା ଲାଗିଲା। ମୁଁ ଉପଭୋଗ କଲି। ଗୌରୀ କହିଛନ୍ତି ଯେ ଶୋ’ରେ ଅନେକ ମଜାଳିଆ ଗପ ମଧ୍ୟ ଆମେ କରିଥିଲୁ। ପୂରା ଗପ ଜାଣିବାକୁ ଆପଣଙ୍କୁ ଶୋ’ ଦେଖିବାକୁ ପଡ଼ିବ ।

Also Read: ଦିନଟି କେମିତି କଟିବ ଜାଣିବାକୁ ପଢ଼ନ୍ତୁ ରାଶିଫଳ