ମନୋରଂଜନ

ବନ୍ଦ ହେଲା ବିବାଦୀୟ ଶୋ’କଫି ଓ୍ଵିଥ୍‌ କରନ୍‌, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଲେ କରନ୍‌ ଜୋହର

ବଲିଉଡ୍‌ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଶୋ’ କଫି ଓ୍ଵିଥ୍‌ କରନ୍‌ର ଫ୍ୟାନ୍‌ଙ୍କ ପାଇଁ ଦୁଃଖଦ ଖବର। ଆଉ ଟିଭିରେ ପ୍ରସାରିତ ହେବନି ଏହି ସେଲିବ୍ରିଟି ଚାଟ୍‌ ଶୋ’। ଏହି ଶୋ’ ଏବେ ବନ୍ଦ ହୋଇଛି। ସବୁ ବେଳେ ବଲିଉଡ୍‌ ଠାରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ସେଲିବ୍ରିଟି ଏହି ଶୋ’କୁ ଆସି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥାନ୍ତି। କିନ୍ତୁ ଆଉ ଦର୍ଶକଙ୍କୁ ଏହି ଶୋ’ ଦେଖିବା ସୁଯୋଗ ମିଳିବ ନାହିଁ। ଆଉ କେବେ ବି ସେଲିବ୍ରିଟିମାନେ କରନ୍‌ଙ୍କ ସହ କାଉଚ୍‌ରେ ବସି କଫି ପିଇପାରିବେନି ବୋଲି ଜଣାଯାଇଛି। କଫି ଓ୍ଵିଥ୍‌ କରନ୍‌ ଏବେ ବନ୍ଦ ହୋଇଛି।

ଏ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି କରନ୍‌ ଜୋହର ସୂଚନା ଦେଇଛନ୍ତି। କରନ୍‌ ଜୋହର ଲେଖିଛନ୍ତି- କଫି ଓ୍ଵିଥ୍‌ କରନ୍‌ର ୬ଟି ସିଜନ୍‌ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଓ ଆପଣଙ୍କର ବି। ମୁଁ ଆଶା କରୁଛି ଯେ ମୋ କାମ ଦ୍ୱାରା ପପ୍‌ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ଛାପ ଛାଡ଼ିଥିବି। ଏଭଳି ସ୍ଥିତିରେ ମନ ଦୁଃଖରେ ମୁଁ କହିବାକୁ ଚାହୁଁଛି ଯେ ଆଉ କଫି ଓ୍ଵିଥ୍‌ କରନ୍‌ ଫେରିବ ନାହିଁ।

ସୂଚନାଯୋଗ୍ୟ ଯେ ଗତ ସିଜନରେ ନିର୍ଦ୍ଦେଶକ କରନ୍‌ ଜୋହରଙ୍କର ଏହି ଶୋ’ ଟ୍ରୋଲର୍ସଙ୍କ ଟାର୍ଗେଟ୍‌କୁ ଆସିଥିଲା। ଏହି କାରଣରୁ ଶୋ’କୁ କିଛି ଦିନ ପାଇଁ ଅଫ୍‌ ଏୟାର କରାଯାଇଥିଲା। ଏମିତିରେ ତ ଏହି ଶୋ’ ପ୍ରାୟତଃ ବିବାଦ ଘେରରେ ରହିଥାଏ। କାରଣ ଯେବେ ବି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି ସେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି।

ପ୍ରକାଶ ଯେ ଏବେ ଧର୍ମା ପ୍ରଡକ୍ସନ୍‌ ତଳେ କରନ୍‌ ଯୁଗଯୁଗ ଜିଓ, ବ୍ରହ୍ମାସ୍ତ୍ର, ଲାଇଗର, ଗୋବିନ୍ଦା ନାମ ମେରା ଭଳି ଫିଲ୍ମ ତିଆରି ହେଉଛି। ଏଥିସହ କରନ୍‌ ରଣବୀର ଓ ଆଲିଆ ଭଟ୍ଟଙ୍କ ସହ ମିଶି ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ବି କାମ କରୁଛନ୍ତି।

Also Read: IIT ଜମ୍ମୁରେ ଆରମ୍ଭ ହେଉଛି ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ୍‌, ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରି ନିଅନ୍ତୁ ଆବେଦନ

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

7 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

9 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

50 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago