କଫି ଉଇଥ କରନ ‘ଶୋ’ରେ ଡିଭର୍ସ ଓ ଅନହାପି ମ୍ୟାରେଡ଼ ଲାଇଫ ପାଇଁ କରନଙ୍କୁ ଦୋଷୀ କଲେ ସାମନ୍ଥା

ରିଲିଜ ହୋଇଛି କଫି ଉଇଥ କରନ ‘ଶୋ’ ର ସିଜିନ ୭ ଟ୍ରେଲର। ଯେଉଁଥିରେ ଅନେକ ବଲିଉଡ୍ ଓ ଟଲିଉଡ୍ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଖାସ୍ କରି ଫ୍ୟାନ ମାନେ ଅଧିକ ଉତ୍ସାହିତ ଅଛନ୍ତି ସାଉଥ୍ ଷ୍ଟାରଙ୍କୁ ନେଇ। କାରଣ ଟ୍ରେଲରରେ ଦେଖିବାକୁ ମିଳିଛି ଯେ ସାମନ୍ଥାଙ୍କ ଠାରୁ ଆରମ୍ଭ କରି ବିଜୟ ଦେବର୍ କୋଣ୍ଡାଙ୍କ ପର୍ଯ୍ୟନ୍ତ ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଏହି ‘ଶୋ’ ରେ ଆସିଛନ୍ତି।

 

 

View this post on Instagram

 

A post shared by POP Diaries (@ipopdiaries)

ତେବେ କରନ ଜୋହାରଙ୍କ ଏହି ‘ଶୋ’ ରେ ସାମନ୍ଥା ତାଙ୍କୁ ଦୋଷୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପତି ପତ୍ନୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବାର କାରଣ ହେଉଛନ୍ତି ଆପଣ। କିନ୍ତୁ ସେ ଏପରି ତାଙ୍କୁ କାହିଁକି କହିଲେ ତାହା ସଂପୂର୍ଣ୍ଣ ‘ଶୋ’ ଦେଖିବା ପରେ ହିଁ ଜଣା ପଡିବ।

ଟ୍ରେଲର ର ଏହି ଭିଡ଼ିଓ ବର୍ତ୍ତମାନ ଅଧିକ ମାତ୍ରାରେ ଭାଇ ରାଲ ହେବାକୁ ଲାଗିଛି। ତେବେ ସାମନ୍ଥା ବର୍ତ୍ତମାନ ସାଉଥ୍ ପରେ ବଲିଉଡ଼ରେ ମଧ୍ୟ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି। ଫ୍ୟାମିଲି ମ୍ୟାନରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ଏହି ୱେବ୍ ସିରିଜ୍ ପାଇଁ ସେ ପୁରସ୍କାର ମଧ୍ୟ ପାଇଛନ୍ତି। ତେବେ ନିଜର ବଲିଉଡ୍ ଚଳଚ୍ଚିତ୍ର ପାଇଁ ସେ ଏବେ ମୁମ୍ବାଇ ଓ ହାଇଦ୍ରାବାଦ ଯିବା ଆସିବା କରୁଛନ୍ତି। ଆଗକୁ ମଧ୍ୟ ତାଙ୍କର ଅନେକ ଫିଲ୍ମ ଆସିବାର ଅଛି। ତେବେ କ’ଣ ପାଇଁ ସେ କଫି ଉଇଥ୍ କରନ୍ ‘ଶୋ’ ରେ ତାଙ୍କ ପାଇଁ ହିଁ ଡିଭର୍ସ ହେଉଛି କହିଛନ୍ତି, ସମ୍ପୁର୍ଣ୍ଣ ଶୋ ଦେଖିବା ପରେ ହିଁ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.