ଗୋବିନ୍ଦାଙ୍କ ସହ ଝଗଡ଼ା ନେଇ ସାମ୍ନାକୁ ଆସିଲା ଭଣଜା କ୍ରିଷ୍ଣାଙ୍କ ରିଆକ୍ସନ୍‌, କହିଲେ-ଅନେକ ଥର କ୍ଷମା ମାଗିଛି, କିନ୍ତୁ …

କମେଡିଆନ୍‌ ତଥା ଅଭିନେତା କ୍ରିଷ୍ଣା ଅଭିଷେକଙ୍କର ମାମୁ ଗୋବିନ୍ଦାଙ୍କ ସହ ବିବାଦ ଦୀର୍ଘଦିନ ହେଲା ଚର୍ଚ୍ଚାରେ ରହିଛି। ନିକଟରେ ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ସହ କପିଲ ଶର୍ମା ଶୋ’କୁ ଆସିଥିଲେ। ସବୁଥର ଭଳି ଏଥରକ ବି କ୍ରିଷ୍ଣା ଅଭିଷେକ ଶୋ’ରେ ନଜର ଆସିନଥିଲେ। ଏଭଳି ସ୍ଥିତିରେ ଏହି ମାମଲାରେ ସୁନିତା ଆହୁଜା କହିଛନ୍ତି, ସେ କ୍ରିଷ୍ଣା ଅଭିଷେକଙ୍କ ମୁହଁ ବି ଦେଖିବାକୁ ଚାହୁଁନାହାନ୍ତି ଓ ସେ ଥିବା ଯାଏଁ ଏହି ମାମଲା କେବେ ବି ସମାଧାନ ହେବ ନାହିଁ।

ତେବେ ମାଇଁଙ୍କ ଏହି କଥା ପରେ ଏବେ ଭଣଜା କ୍ରିଷ୍ଣାଙ୍କ ରିଆକ୍ସନ୍‌ ସାମ୍ନାକୁ ଆସିଛି। କ୍ରିଷ୍ଣା କହିଛନ୍ତି, ଏବେ ମୁଁ ବୁଝୁଛି ଯେ ମାମୁ-ମାଇଁ ମୋ ଉପରେ ବହୁତ ରାଗିଛନ୍ତି। ସେମାନେ ‘ମୋ ମୁହଁ ଦେଖିବାକୁ ଚାହୁଁନାହାନ୍ତି’ ଏହି ଟିପ୍ପଣୀ ବହୁତ ଫିଲ୍ମି ଥିଲା। କେହି ଆପଣଙ୍କ ଉପରେ ସେତେବେଳେ ନାରାଜ ହୁଏ, ଯେତେବେଳେ ସେ ଆପଣଙ୍କୁ ଭଲ ପାଉଥିବେ।

କ୍ରିଷ୍ଣା କହିଛନ୍ତି, ସେ ଥରେ ନୁହେଁ ବରଂ ବାରମ୍ବାର ମାମୁ ମାଇଁଙ୍କୁ କ୍ଷମା ମାଗିଛନ୍ତି। କିନ୍ତୁ ସେମାନେ ତାଙ୍କୁ କ୍ଷମା କରୁନାହାନ୍ତି। ଏହି ଶବ୍ଦ କେବଳ ବାପା-ମା’ ପିଲାଙ୍କ ଉପରେ ରାଗିବା ବେଳେ ହିଁ କହିଥାନ୍ତି। ମୁଁ ମୋ ମାମୁ-ମାଇଁଙ୍କୁ ବହୁତ ଭଲ ପାଉଛି…ମୁଁ ଅନେକ ଥର କ୍ଷମା ମାଗୁଛି, ଅନେକ ଚେଷ୍ଟା କରୁଛି କିନ୍ତୁ ସେମାନେ ମୋ କ୍ଷମାକୁ ଗ୍ରହଣ କରୁନାହାନ୍ତି। ସେଇଟା ହିଁ ସବୁଠୁ ବଡ଼ ସମସ୍ୟା। ମୁଁ ବୁଝି ପାରୁନି ସେମାନେ କାହିଁକି ମୋତେ କ୍ଷମା କରୁନାହାନ୍ତି, ମୁଁ ତ ତାଙ୍କ ଛୁଆ ଭଳି। ସେ ଓ ମୁଁ ଅନେକ ଇଣ୍ଟରଭ୍ୟୁରେ କହିଛୁ ଯେ ଆମ ଭିତରେ ଯାହା ମତଭେଦ ଅଛି ଆମେ ତାହା ତୁଟାଇଦେବୁ। କିନ୍ତୁ ଏବେ ବି ଆମ ଭିତରେ ଝଗଡ଼ା ଚାଲିଛି ବୋଲି କହିଛନ୍ତି କ୍ରିଷ୍ଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.