ନିକଟରେ କ୍ରିତିଙ୍କ ଫିଲ୍ମ ହାଉସଫୁଲ ଏବଂ ପାଗଲପନ୍ତୀ ରିଲିଜ ହୋଇଥିଲା। ଏଥିରେ କ୍ରିତିଙ୍କ ଅଭିନୟକୁ ଦର୍ଶକେ ବେଶ୍ ପ୍ରଶଂସା କରିଥିଲେ। କିନ୍ତୁ କ୍ରିତିଙ୍କ ନଖରା ଯୋଗୁଁ ବିଗ୍ ବି ଅର୍ଥାତ ଅମିତାଭ ଏବଂ ଇମ୍ରାନଙ୍କ ଫିଲ୍ମ ‘ଚେହରେ’ ହାତଛଡା କରିଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏହା ସତ ନୁହେଁ। ଏବେ ଏହି ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। କ୍ରିତି ଏହି ଫିଲ୍ମ କୌଣସି ନଖରାମି ପାଇଁ ନୁହେଁ ବରଂ ଅନ୍ତରଙ୍ଗ ସିନ୍ ପାଇଁ ଛାଡିଛନ୍ତି।
ଏହି ଫିଲ୍ମର ଅନେକ ସିନ୍ ସୁଟିଂ ହୋଇସାରିଥିବା ବେଳେ କ୍ରିତି ଏଭଳି ସିନ୍ କରିବାକୁ ମନା କରିବାରୁ ଫିଲ୍ମରୁ କାଢିଦିଆଯାଇଛି। କ୍ରିତିଙ୍କୁ ଜଣେ ସହକଳାକାରଙ୍କ ସହିତ ଅନ୍ତରଙ୍ଗ ସିନ୍ କରିବାର ଥିଲା। ଯେଉଁଥିରେ ସେ ଲିପ୍ଲକ୍ କରିବାର ଥିଲା। କିନ୍ତୁ କ୍ରିତି ଏହି ସିନ୍ କରିବାକୁ ମନା କରିଦେଇଥିଲେ। ଯେଉଁଥିପାଇଁ ଅନେକ ଯୁକ୍ତିତର୍କ ପରେ କ୍ରିତି ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କ୍ରିତିଙ୍କୁ ଏହି ଫିଲ୍ମରେ ସାଇନ କରିବା ପୂର୍ବରୁ କ୍ରିତିଙ୍କୁ ଫିଲ୍ମରେ ଏପରି ସିନ୍ ବିଷୟରେ ଜଣାଇବାର ଥିଲା। କିନ୍ତୁ ନିର୍ଦ୍ଦେଶକ ରୁମି ଜାଫରି ଏପରି କରିନଥିଲେ। କିନ୍ତୁ ଏପର୍ଯ୍ୟନ୍ତ କ୍ରିତି ନିଜର କୌଣସି ପ୍ରତିକ୍ରିୟା ଜଣାଇନାହାନ୍ତି।