ସୁଶାନ୍ତଙ୍କ ପାଇଁ ଏବେବି ସମସ୍ତଙ୍କ ଆଖିରୁ ଝରୁଛି ଲୁହ, କୃତି ସେନନ୍ କହିଲେ ମୋ ଅଧା ହାର୍ଟ ଚାଲିଗଲା ଆଉ ଧୋନି ?

ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ କେବଳ ହିନ୍ଦୀ ସିନେ ଜଗତ ନୁହେଁ ସାରା ଦେଶ ଶୋକ ପ୍ରକଟ କରୁଛି । ତାଙ୍କ ସହ ଅଭିନୟ କରିଥିବା ଏବଂ ମିଶିଥିବା କଳାକାରମାନେ ସୋସିଆଲ ମିଡିଆରେ ଅନେକ କଥା ଲେଖୁଛନ୍ତି । ଏହା ଭିତରେ ନାୟିକା କୃତି ସେନନ୍ ଲେଖିଛନ୍ତି କି ‘ସୁଶାନ୍ତ ତୁମ ସହ ମୋର ହୃଦୟର ଗୋଟିଏ ଅଂଶ ଚାଲିଗଲା । ଅନ୍ୟ ଅଂଶଟିରେ ତୁମେ ସବୁବେଳେ ମନେ ପଡ଼ିବ ।

ବରିଷ୍ଠ କଳାକାର ଧର୍ମେନ୍ଦ୍ର ଲେଖିଛନ୍ତି, ‘‘ପ୍ୟାରେ ସୁଶାନ୍ତ, ତୁମ ସହ ମୋର କେବେ ବି ଦେଖା ହୋଇନାହିଁ କି ତୁମ ଫିଲ୍ମ ବି ଦେଖି ନାହିଁ । ହେଲେ ତୁମେ ଚାଲିଯିବା କଥା ଶୁଣି ମୋତେ ବହୁତ ବଡ଼ ଧକ୍କା ଲାଗିଛି । ଆମର ଏହି ଅତି ପ୍ରିୟ ଏବଂ ସୁନ୍ଦର ଦେଖା ଯାଉଥିବା ସୋ ବିଜନେସ୍ ପ୍ରକୃତରେ ଭାରି କ୍ରୁର । ମୁଁ ତୁମର ଯନ୍ତ୍ରଣାକୁ ବୁଝି ପାରୁଛି । ’’ ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଧୋନି ଭୂମିକା କରି ବିପୁଳ ପ୍ରଶଂସା ସାଉଁଟିଥିଲେ ସୁଶାନ୍ତ । ହେଲେ ଏଯାଏ ଧୋନି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

ଧୋନିଙ୍କ ମ୍ୟାନେଜର ସୋସିଆଲ ମିଡିଆରେ ଏକଥା ଲେଖିଛନ୍ତି ଯେ ମାହିଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ଏତେ ବାଧିଛି ଯେ ସେ ପୂରା ସ୍ତମ୍ଭୀଭୂତ ହୋଇପଡ଼ିଛନ୍ତି । କିଛି ବି କହିବାକୁ ଚାହୁଁ ନାହାନ୍ତି । ଆମେ କେହି ବି ଏ ଘଟଣାକୁ ବିଶ୍ୱାସ କରି ପାରୁନାହୁଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.