ବଧୂ ସାଜିଲେ କୃତି ସାନନ, ନାଲି ଶାଢିରେ ସାମ୍ନାକୁ ଆସିଲା ଷ୍ଟନିଂ ଅବତାର

କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ବାହା ହୋଇଗଲେ କି କୃତି ? ଗତ ପାଞ୍ଚ ବର୍ଷ ହେଲାଣି ବଲିଉଡରେ ନେକ ନାମ କମାଇସାରିଲେଣି ଅଭିନେତ୍ରୀ କୃତି ସାନନ। ବଲିଉଡରେ କୃତିଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ବିଲକୁଲ ନିଆରା ଏବଂ ଫ୍ରେଶ୍। ଅନେକ ଥର କୃତି ଏଭଳି ଅବତାରରେ ନଜର ଆସିଛନ୍ତି, ଯାହା ଉପରେ ନଜର ହଟାଇବା ମଧ୍ୟ ଅସମ୍ଭବ। କୃତିଙ୍କ ଅମ୍ବାନୀ ଗଣପତି ପୂଜା ପାଇଁ ଶାଢି ଲୁକ୍ ହେଉ ଅବା ନ୍ୟୁୟର୍କ ଫ୍ୟାଶନ ଓ୍ଵିକ ଲୁକ୍ ହେଉ, ସମସ୍ତଙ୍କୁ କୃତି ଆଶ୍ଚର୍ଯ୍ୟ କରିଦିଅନ୍ତି। ଏବେ କୃତି ଅପ୍କମିଙ୍ଗ ଫିଲ୍ମ ‘ହାଉସଫୁଲ ୪’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି।
ଖାସ୍ ଏଥିପାଇଁ କୃତି ନୂଆ ବଧୂ ଲୁକ୍ରେ ଫିଲ୍ମର ପ୍ରମୋଶନରେ ନଜର ଆସିଛନ୍ତି। କୃତିଙ୍କ ଗ୍ଲାମରର୍ସ ନାଲି ଶାଢି ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହାକୁ କୃତିଙ୍କ ଫ୍ୟାଶନ ଡିଜାଇନର ଅନିତା ଡୋଙ୍ଗରେ ଡିଜାଇନ କରିଛନ୍ତି। ନାଲି ଶାଢି ସହିତ କୃତିଙ୍କ ଇଅରିଂସ୍ ଏବଂ ଚୁଡି ମଧ୍ୟ ଲୁକ୍କୁ ଆକର୍ଷଣୀୟ କରୁଛି।
କୃତିଙ୍କ ଅପ୍କମିଙ୍ଗ ଫିଲ୍ମ ‘ହାଇସଫୁଲ ୪’ ରହିଛି। ଯେଉଁଥିରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦେଓ୍ଵଲ, ପୂଜା ହେଗଡ, କ୍ରିତି ଖରବନ୍ଦା, ଚଙ୍କି ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିବେ।