ଫରାହ ଖାନ୍‌ଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ

ଆଜି ସିନେମାଘରକୁ ଆସିଛି ବହୁପ୍ରତିକ୍ଷୀତ କମେଡି ଫିଲ୍ମ ‘ହାଉସ୍ଫୁଲ-୪’ । ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଏହାର ଷ୍ଟାରକାଷ୍ଟ, ଖାସ୍  କରି କ୍ରିତି ସାନନ୍ । କାରଣ ଆହୁରି ଦୁଇଟି ଫିଲ୍ମର ସୁଟିଂ ସହିତ ଏହାର ପ୍ରମୋସନ୍ ପାଇଁ ସେ ସମୟ ବାହାର କରିଛନ୍ତି । ନିକଟରେ ନୂଆ ଢଙ୍ଗରେ ଫିଲ୍ମ ପ୍ରମୋସନ୍ କରି ଫିଲ୍ମ ଟିମ୍ ଚର୍ଚ୍ଚାକୁ ଆସିଛି । ହାଉସ୍ଫୁଲ ଏକ୍ସପ୍ରେସ୍ରେ କ୍ରିତି ଓ ଅନ୍ୟ କଳାକାରମାନେ ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏବେ ନୂଆ ପ୍ରୋଜେକ୍ଟ ସହିତ ଫିଲ୍ମମେକରମାନେ କୃତିଙ୍କ ପଛରେ ଲାଇନ୍ ଲଗାଇଛନ୍ତି ।

kriti sanon

ଏହାସହ ପଢନ୍ତୁ: ରିୟାଲିଟି ସୋ’ ରେ ଶେହେନାଜ୍‌ଙ୍କୁ ଚାପୁଡା ମାରିଲେ ଗୋପୀ ବୋହୂ, ଜାଣନ୍ତୁ କାହିଁକି

ରିପୋର୍ଟ ଅନୁଯାୟୀ ଫରାହ ଖାନ୍ଙ୍କ ‘ସତ୍ତେ ପେ ସତ୍ତା’ର ରିମେକ୍ ଅଫର କ୍ରିତିଙ୍କୁ ମିଳିଥିବା ଚର୍ଚ୍ଚା ହେଉଛି । ଖବର ଯଦି ସତ ହୁଏ, ତେବେ ରଣଜୀତ କୌରଙ୍କ ଭୂମିକାକୁ ପୁଣିଥରେ ପରଦାରେ ଉତାରିବେ ଏହି ନାୟିକା। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଗକୁ ଥିବା ଦୀପାବଳିରେ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିବେ ବୋଲି ଫିଲ୍ମ ନିର୍ମାତା ଫରାହ ଖାନ୍‌ ନିଜେ କହିଛନ୍ତି। ପୂର୍ବ ସୁଚନା ଅନୁଯାୟୀ ଅମିତାଭ ବଚ୍ଚନ ଓ ହେମା ମାଲିନିଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ ଓ ଅନୁଷ୍କା ଶର୍ମା ।

Leave A Reply

Your email address will not be published.