ଟ୍ରେନରଙ୍କ ସହ ଫେଭରାଇଟ୍‌ ଏକ୍ସରସାଇଜ୍‌ କରିବାର ନଜର ଆସିଲେ କୃତି, ଭାଇରାଲ ହେଲା ଭିଡିଓ

କୃତି ସେନନ ଭଲ କ୍ୟାରିୟର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପୂର୍ବ ଫିଲ୍ମ ‘ହାଉସଫୁଲ୍‌ ୪’ ମଧ୍ୟ ବକ୍ସ ଅଫିସରେ ସାନଦାର୍‌ ଆୟ କରିଥିଲା। କୃତି ନିଜର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ସହ ଜଡିତ ଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହି କିଛିନିଦ ହେବ କୃତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକ୍ସରସାଇଜ୍‌ କରିବାର ନଜର ଆସିଛନ୍ତି। ଏହି ଭିଡିଓରେ କୃତି ତାଙ୍କ ଟ୍ରେନର ଗାଇଡ୍‌ କରିବାର ନଜର ଆସିଛନ୍ତି।

କୃତି ଏହି ଭିଡିଓରେ ପିଲାଟେସ୍‌ ଏକ୍ସରସାଇଜ୍‌ କରିବାର ନଜର ଆସିଛନ୍ତି। ଭିଡିଓରେ କୃତିଙ୍କ ଟ୍ରେନର ୟାସ୍ମୀନ କରାଚୀଓ୍ଵାଲା ମଧ୍ୟ ଉପସ୍ଥିତ ରହିଛନ୍ତି। ସେ କୃତିଙ୍କୁ ଗାଇଡ୍‌ କରିବାର ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରିବା ସହ କୃତି କହିଛନ୍ତି, ଯେତେବେଳେ ମୁଁ ତୁମ ସହିତ ରହିଥା, ସେତେବେଳେ ମତେ ବହୁତ୍‌ ମଜା ଆସିଥାଏ। ଏହା ମୋର ଫେଭରାଇଟ୍‌ ଓ୍ଵାର୍କଆଉଟ। ଲଭ ୟୁ ୟାସ୍ମୀନ କରାଚିଓ୍ଵାଲା। ସୂଚନା ଅନୁଯାୟୀ ଏହି ଏକ୍ସରସାଇଜ୍‌ କରିନା କପୁରଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଏବଂ ସେ କିଛି ସାକ୍ଷାତକାରରେ ମଧ୍ୟ ଏହି ବିଷୟରେ କହିଛନ୍ତି।

KRUTI1ରିପୋର୍ଟ ଅନୁଯାୟୀ କୃତି କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ଟ୍ରେଡିସନାଲ କପଡାରେ ଡ୍ୟାନ୍ସ କରୁଥିବାର BTS ଭିଡିଓ ସେୟାର କରିଛନ୍ତି। ସେ ତାଙ୍କର ଫିଲ୍ମ ଲୁକା ଛୁପିର ଗୀତରେ ପାରମ୍ପରିକ ଶାଢୀ ପିନ୍ଧି ଡ୍ୟାନ୍ସ କରିବାର ନଜର ଆସିଛନ୍ତି।

ଏହାସହ ପଢନ୍ତୁ: ପରିବାର ଲୋକଙ୍କ ସହ ନିଜର ୨୯ତମ ଜନ୍ମଦିନ ସେଲିବ୍ରେଟ୍‌ କଲେ କାର୍ତ୍ତିକ ଆର୍ୟନ

https://www.instagram.com/p/B5Krr3CAyVE/?utm_source=ig_web_copy_link

ଓ୍ଵାର୍କଆଉଟ୍‌ କଥା କହିବାକୁ ଗଲେ କୃତି ଫିଲ୍ମ ପାନୀପଥକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିର୍ଦେଶକ ଆଶୁତୋଷ ଗୋଓ୍ଵାରିକରଙ୍କ ଫିଲ୍ମ ‘ପାନୀପଥ’ ଆଫଗାନିସ୍ଥାନର ବାଦଶାହ ଅହମଦ ଶାହା ଅବ୍ଦାଲୀ ଏବଂ ମରାଠୀମାନଙ୍କ ମଧ୍ୟରେ ପାନୀପଥରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ। ଏହି ଫିଲ୍ମରେ ଅବ୍ଦାଲୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସୁଥିବା ବେଳେ ସରାଠୀ ସରଦାର୍‌ ସଦାଶିବ ରାଓ ଭାଓଙ୍କ ଭୂମିକାରେ ଅର୍ଜୁନ କପୁର ଅଭିନୟ କରିଛନ୍ତି। ଫିଲ୍ମ ପାନୀପଥ ଆସନ୍ତା ୬ ଡିସେମ୍ବରରେ ରିଲିଜ୍‌ ହେବ। କୃତି ହାଉସଫୁଲ୍‌ ୪ ପରେ ଏହି ଫିଲ୍ମ ମଧ୍ୟ ହିଟ୍‌ ହେବାର ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.