ବିଦ୍ୟା ବାଲନଙ୍କ ସହ ପଙ୍ଗା ନେଲେ କମାଲ ରଶିଦ ଖାନ: ‘ଶେରନୀ’କୁ ନେଇ କହିଲେ ମୁଁ ଛୋଟ ଫିଲ୍ମ ଦେଖେ ନାହିଁ

ଆମାଜନ ପ୍ରାଇମ ଭିଡ଼ିଓରେ ବିଦ୍ୟା ବାଲନଙ୍କ ଫିଲ୍ମ ‘ଶେରନୀ’ ରିଲିଜ ହୋଇସାରିଛି । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସେହିପରି ସୋସାଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟାମାନ ମିଳିବାରେ ଲାଗିଛି । ସେହିପରି ଅଭିନେତା ତଥା ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ (KRK) ନିଜ ବୟାନ ପାଇଁ ଜଣାଶୁଣା । ଗତ କିଛି ଦିନ ହେଲାଣି ବଡ଼ ବଡ଼ କଥା ହେବା ପାଇଁ KRK ଚର୍ଚ୍ଚାରେ ଛାଇ ଯାଇଛନ୍ତି । ସଲମାନ ଖାନ, ମିକା ସିଂଙ୍କ ପରେ କେଆରକେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସହ ପଙ୍ଗା ନେଇଛନ୍ତି । ବିଦ୍ୟାଙ୍କ ଫିଲ୍ମ ‘ଶେରନୀ’କୁ କେଆରକେ ଏକ ବେକାର ଫିଲ୍ମ ବୋଲି କହିଛନ୍ତି ।

କେଆରକେ ଟ୍ବିଟ କରି ‘ଶେରନୀ’କୁ ଏକ ଛୋଟ ସିନେମା ବୋଲି କହିଛନ୍ତି । ଏଥିସହିତ କେଆରକେ ଫିଲ୍ମର ପରିହାସ ମଧ୍ୟ କରିଛନ୍ତି । KRK କହିଛନ୍ତି ଅନେକ ଲୋକ ତାଙ୍କୁ ‘ଶେରନୀ’ ଫିଲ୍ମର ସମୀକ୍ଷା କରିବାକୁ କହୁଛନ୍ତି । ଦୟାକରି ଧ୍ୟାନ ଦିଅନ୍ତୁ ଏଭଳି ଛୋଟ ଫିଲ୍ମ ସେ ଦେଖନ୍ତି ନାହିଁ, ସମୀକ୍ଷା କରନ୍ତିନି କିମ୍ବା ସେ ସମ୍ପର୍କରେ କଥା ହୁଅନ୍ତି ନାହିଁ । କାରଣ ସେ ବିଶ୍ବର ସବୁଠାରୁ ବଡ଼ ଫିଲ୍ମ ସମୀକ୍ଷକ । ତେବେ କେଆରକେଙ୍କ ଏହି କମେଣ୍ଟରେ ବିଦ୍ୟା ବାଲନଙ୍କ ପ୍ରଶଂସକମାନେ ବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ସେମାନେ KRKଙ୍କ ଜବରଦସ୍ତ କ୍ଲାସ ନେଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର ଲେଖିଛନ୍ତି ଯେ KRKଙ୍କ ପାଖରେ ପ୍ରାଇମ ଭିଡ଼ିଓର ସବସ୍କ୍ରିପସନ ନାହିଁ ବୋଲି ଲାଗୁଛି । ଭିକାରିକୁ କେହି ଟେଲିଗ୍ରାମ ଲିଙ୍କ ଦେଇଦିଅ । ଅନ୍ୟଜଣେ ଲେଖିଛନ୍ତି ଯେ ଜଣେ ସମୀକ୍ଷକ ଭାବେ ତୁମକୁ ସମସ୍ତ ସିନେମାର ସମୀକ୍ଷା କରିବା ଉଚିତ। କାରଣ କୌଣସି ଫିଲ୍ମ ଛୋଟ କିମ୍ବା ବଡ଼ ନୁହେଁ । କିନ୍ତୁ ସମସ୍ତେ ଜାଣନ୍ତି କେଆରକେ ନିଜ ସହିତ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ରଖିଛନ୍ତି । ଲୋକେ ତୁମ ଉପରେ ହସୁଛନ୍ତି ବୋଲି ସେ ଲେଖିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ସଲମାନ KRK ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ମିକା ଯେତେବେଳେ ଦବଙ୍ଗ ଖାନଙ୍କୁ ସମର୍ଥନ କରିଥିଲେ ସେତେବେଳେ ମିକା ଏବଂ KRK ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ଉପରେ KRK ମିକାଙ୍କୁ ଏକ ଚିରକୁଟ ଗାୟକ ବୋଲି କହିଥିଲେ। ଏହି ବିଷୟରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.