ଆର୍‌ଏସ୍‌ଏସ୍‌ରେ ଯୋଗ ଦେବେ କେଆର୍‌କେ, ଟ୍ୱିଟ୍‌ କରି ଦେଲେ ସୂଚନା

ପୁଣି ଚର୍ଚ୍ଚାରେ କମାଲ ରସିଦ ଖାନ ଓରଫ୍‌ କେଆର୍‌କେ। ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରୁହନ୍ତି। ନିଜର ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଅନେକଥର ଫସିଛନ୍ତି। ଏବେ ସେ ପୁଣିଥରେ ନିଜର ଏକ ନୂଆ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏକ ଟୁଇଟ୍ ମାଧ୍ୟମରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ, ଯେଉଁଥିପାଇଁ ତାଙ୍କୁ ସବୁ ସ୍ଥାନରେ ଆଲୋଚନା କରାଯାଉଛି।

ନିକଟରେ କମଲ ରସିଦ ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଟୁଇଟରେ KRK ସୂଚନା ଦେଇଛି ଯେ ସେ ଖୁବ ଶୀଘ୍ର ଆରଏସଏସରେ ଯୋଗଦେବାକୁ ଯାଉଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ବର୍ତ୍ତମାନ ଏହା ଚୂଡାନ୍ତ ଏବଂ ମୁଁ ନିଶ୍ଚିତ ଯେ ନାଗପୁରରେ ମୁଁ ଆରଏସଏସରେ ଯୋଗଦେବାକୁ ଯାଉଛି।’ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ଟ୍ୱିଟରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି। ତାଙ୍କ ନିଷ୍ପତ୍ତିକୁ ଅନେକ ଲୋକ ସମର୍ଥନ କରୁଛନ୍ତି। ଏଥି ସହିତ କିଛି ୟୁଜର୍ସ ମଧ୍ୟ ଏହାକୁ ବିରୋଧ କରୁଛନ୍ତି।

ଏହାପୂର୍ବରୁ କେଆର୍‌କେ ଫିଲ୍ମ ରିଭ୍ୟୁ କରିବା ଛାଡିଦେବେ ବୋଲି ଘୋଷଣା କରିଥିଲେ। ସେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ଯେ, ‘ବିକ୍ରମ ବେଧା’ ଶେଷ ଫିଲ୍ମ, ଯାହାର ସେ ରିଭ୍ୟୁ କରିବେ।’ ସେ ଟୁଇଟ୍ କରି କହିଥିଲେ, ‘ମୋ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା। ପ୍ରଥମଟି ହେଲା ମୁଁ ମୁମ୍ବାଇ ଛାଡିବା ଏବଂ ଦ୍ୱିତୀୟଟି ହେଲା ମୁଁ ଫିଲ୍ମ ସମୀକ୍ଷା କରିବା ବନ୍ଦ କରିବା। ତେଣୁ ମୁଁ ଦ୍ୱିତୀୟ ବିକଳ୍ପ ବାଛିଲି। କାରଣ ମୋ ବିରୋଧରେ ମିଥ୍ୟା ମାମଲା ଦାୟର କରିବାକୁ ବଲିଉଡର ଲୋକଙ୍କ ପାଖରେ ବହୁ ରାଜନୈତିକ ସମର୍ଥନ ରହିଛି।’

ସୂଚନା ଯୋଗ୍ୟ ୨୦୨୦ ମସିହାରେ, KRK ଦୁଇ ଦିବଂଗତ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଉଭୟଙ୍କ ମୃତ୍ୟୁ ପରେ KRK ଲେଖିଥିଲେ, “ମୁଁ ଗମ୍ଭୀର ଭାବରେ କହିବାକୁ ଚାହେଁ ଯେ ମୁଁ କିଛି ଦିନ ପୂର୍ବରୁ କହିଥିଲି ଯେ କରୋନା ସେ ପର୍ଯ୍ୟନ୍ତ ଯିବନି ଯେ ପର୍ଯ୍ୟନ୍ତ କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସାଙ୍ଗରେ ନ ନେଇଛି।”

୨୦୨୦ରେ କମଲଙ୍କ ଉପରେ ତାଙ୍କର ଏହି ଟ୍ୟୁଟ୍ ପରେ ଯୁବ ସେନାର କୋର୍ କମିଟି ମଲାଡ୍‌ ପୋଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ଦାଖଲ କରିଥିଲା। କମିଟି ସଦସ୍ୟ ରାହୁଲ କନଲ ଅଭିଯୋଗ କରିଥିଲେ ଯେ କମଲ ଦିବଂଗତ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ୍‌ କରିଛନ୍ତି। ଏହି ମାମଲାରେ ପୋଲିସ କମଲଙ୍କ ବିରୋଧରେ ଧାରା ୨୯୪ ଅନୁଯାୟୀ ମାମଲା ରୁଜୁ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.