କ୍ରିସ-୪ ଉପରୁ ହଟିଲା ସସ୍ପେନ୍ସ, ଜାଣନ୍ତୁ କିଏ ଆସୁଛନ୍ତି କେଉଁ ଅବତାରରେ

କ୍ରିସ-୪କୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବଲିଉଡର ୟଙ୍ଗ ସେନ୍ସେସନାଲ ହ୍ରିତିକ ରୋଶନ୍ଙ୍କ ଫିଲ୍ମ ‘କ୍ରିସ-୪’ରେ ସଞ୍ଜୟ ଗୁପ୍ତା ନିର୍ଦ୍ଦେଶନା ଦେବେ ବୋଲି ଶୁଣିବାକୁ ମିଳୁଥିବା ଖବର ଉପରେ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି ଖୋଦ ରାକେଶ ରୋଶନ। ଏହି କଥାକୁ ଖଣ୍ଡନ କରି ସେ କହିଛନ୍ତି ଯେ ଫିଲ୍ମର ନିର୍ଦ୍ଦେଶନା ଭାର ନିଜେ ନେବେ।
ରାକେଶଙ୍କୁ କ୍ୟାନସର୍ ହେବା ଯୋଗୁ ସେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ନାହିଁ ବୋଲି ଖବର ପ୍ରଚାରିତ ହୋଇଥିଲା। କିନ୍ତୁ ସର୍ଜରୀ ପରେ ତାଙ୍କ ଦେହ ସୁସ୍ଥ ଥିବାରୁ ସେ ପୁଣି ଫିଲ୍ମରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ଏକ ଇଣ୍ଟରଭ୍ୟୁରେ ରାକେଶ ରୋଶନ କହିଛନ୍ତି, କ୍ରିସ -୪ ଫିଲ୍ମରେ ସଞ୍ଜୟ ଗୁପ୍ତା କେବଳ ସ୍କ୍ରିପ୍ଟ ଲେଖିବେ, କିନ୍ତୁ ସେ ହିଁ ନିର୍ଦ୍ଦେଶନା ଦେବେ। ସ୍କ୍ରିପ୍ଟ ଲେଖା ସରିବା ପରେ ଏହି ଫିଲ୍ମର ଘୋଷଣା କରାଯିବ। ଫିଲ୍ମକୁ ଆରମ୍ଭ କରିବାକୁ ବର୍ଷେ ଲାଗିବ ବୋଲି ସୂଚନା ଦେଇଛନ୍ତି ରାକେଶ। ଫିଲ୍ମରେ ଆକ୍ସନ୍ ସହିତ ଇମୋସନ୍ସ ମଧ୍ୟ ରହିବ ବୋଲି ସେ କହିଛନ୍ତି।
ଏହାସହ ପଢ଼ନ୍ତୁ: ଜନ୍ମସ୍ଥାନ ସିମ୍ଲାରେ ପହଞ୍ଚିଲେ ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା, ଦେଖନ୍ତୁ ଭିଡିଓରେ ତାଙ୍କୁ କିଏ କଲା କିସ୍
ସୂଚନାଯୋଗ୍ୟ ଯେ , ‘କ୍ରିସ -୪’ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମ ପାଇଁ ବର୍ତ୍ତମାନ କେବଳ ହିରୋ ଭାବେ ହ୍ରିତିକ୍ଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ହିରୋଇନ କିଏ ହେବେ ଜଣାପଡିନାହିଁ। ଅଭିନେତ୍ରୀ କୃତୀ ଖରବନ୍ଦା ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି।