ଅଭିନେତ୍ରୀ କୁବ୍ରାଙ୍କ ବଡ଼ ଖୁଲାସା, କହିଲେ – ‘ପିଲାଦିନେ ମୁଁ ଅନେକ ଥର ମା’ଙ୍କ ଜାଣତରେ ଯୌନ ଶୋଷଣର ଶିକାର ହୋଇଛି’
ୱେବ୍ ସିରିଜ୍ ‘ସିକ୍ରେଡ୍ ଗେମ୍ସ’ର କୁକୁ ଓରଫ୍ ଅଭିନେତ୍ରୀ କୁବ୍ରା ସେନ୍ଙ୍କ ନୂଆ ଖୁଲାସା। କୁବ୍ରା ସେନ୍ ନିକଟରେ ରିଲିଜ୍ ହୋଇଥିବା ନିଜର ଏକ ବହିରେ ନିଜ ବ୍ୟକ୍ତି ଗତ ଜୀବନ ସମ୍ପର୍କରେ କେତେକ ବଡ଼ ବଡ଼ ଖୁଲାସା କରିଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି ଯେ ଯେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା, ସେ ଯୌନ ଶୋଷଣର ଶିକାର ହୋଇଥିଲେ। କୁବ୍ରାଙ୍କର ଏହି ଖୁଲାସା ତାଙ୍କ ଫ୍ୟାନ୍ଙ୍କୁ ଦୋହଲାଇ ଦେଇଛି।
କୁବ୍ରା ନିଜ ପୁସ୍ତକରେ ଲେଖିଛନ୍ତି, ସେ ମାତ୍ର ୧୭ ବର୍ଷର ଥିଲେ। ସେତେବେଳେ ସେ ପରିବାର ସହ ପ୍ରାୟତଃ ବାଙ୍ଗାଲୋରର ଏକ ରୋସ୍ତୋରାଁକୁ ଯାଉଥିଲେ। ଫଳରେ ସେଠାକାର ମାଲିକ ତାଙ୍କ ଭାଇର ସାଙ୍ଗ ହୋଇଯାଇଥିଲେ। ଉକ୍ତ ବ୍ୟକ୍ତି ତାଙ୍କ ମା’ଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ। କୁବ୍ରା କହିଛନ୍ତି ଯେ ଉକ୍ତ ସାହାଯ୍ୟର ଠିକ୍ ପରେ ସେ ବ୍ୟକ୍ତି ତାଙ୍କୁ ଯୌନ ଶୋଷଣ କରିବା ଆରମ୍ଭ କରି ଦେଇଥିଲେ। ସେ ବ୍ୟକ୍ତି ତାଙ୍କୁ ଅଙ୍କଲ ଡାକିବାକୁ ମଧ୍ୟ ମନା କରୁଥିଲେ।
‘He told me not to call him uncle’: Kubbra Sait says she was sexually abused as a teen by family friend and no one knew @KubbraSait #KubbraSait #BollywoodNews pic.twitter.com/5ZFSexM47K
— HT City (@htcity) June 5, 2022
ଅଭିନେତ୍ରୀ କହିଛନ୍ତି, ମୋ ମା’ ଯେତେବେଳେ ସେ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା କଥା କହିଥିଲେ, ସେତେବେଳେ ମୁଁ ବହୁତ ଖୁସି ହୋଇଯାଇଥିଲି। ସେତେବେଳେ ଆମେ କାରରେ ଯାଉଥିଲୁ। ଉକ୍ତ ବ୍ୟକ୍ତି ସେହି ସମୟରେ କାରର ପଟ ପଟକୁ ହାତ ବଢ଼ାଇ ମୋ ଡ୍ରେସ୍ ଭିଡ଼ିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ବାରମ୍ବାର ଆମ ଘରକୁ ଆସୁଥିଲେ। ମା’ ତାଙ୍କ ସହ ହସୁଥିଲେ ଓ ତାଙ୍କ ପାଇଁ ଖାଇବା ତିଆରି କରୁଥିଲେ। ଉକ୍ତ ବ୍ୟକ୍ତି ମା’ଙ୍କ ସାମ୍ନାରେ ମୋ ଗାଲକୁ ଗେଲ କରି କହୁଥିଲେ- ଓଃ ମାଇଁ କୁବ୍ରତି ତୁ ମୋର ସବୁଠୁ ପ୍ରିୟ ଝିଅ। ତାଙ୍କର ଏସବୁ କଥା ମୋତେ ଭାରି ଖରାପ ଲାଗୁଥିଲା। ତା’ ପରେ ମୁଁ ଜାଣିଲି ଯେ ସେହି ସମୟରେ ମୁଁ ମୋ ଭର୍ଜିନିଟି ହରାଇ ସାରିଥିଲି।
କୁବ୍ରାଙ୍କ ଅବସ୍ଥାର ଫାଇଦା ଉଠାଇ ଉକ୍ତ ବ୍ୟକ୍ତିଙ୍କ ସାହସ ବଢ଼ିଯାଇଥିଲା ଓ ସେ ଥରେ ତାକୁ ହୋଟେଲକୁ ନେଇଥିଲେ। ସେଠାରେ ଉକ୍ତ ବ୍ୟକ୍ତି କୁବ୍ରାଙ୍କ ସାମ୍ନାରେ ପ୍ୟାଣ୍ଟ ଖୋଲିଥିଲେ ଓ ଏଭଳି ଭାବେ ସେ ନିଜ ଭର୍ଜିନିଟି ହରାଇଥିଲେ। କୁବ୍ରା କହିଛନ୍ତି ଯେ ଉକ୍ତ ବ୍ୟକ୍ତି ପ୍ରଥମରୁ ବିବାହିତ ଥିଲେ, ତାଙ୍କର ଏକ ପିଲା ବି ଥିଲା। ତେବେ ଅଭିନେତ୍ରୀ ଆଉ ତାଙ୍କ ଅତୀତକୁ ମନେ ପକାଇବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି।
Also Read: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧ରୁ ସାରା ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍