ମନୋରଂଜନ

ସାମ୍ନାକୁ ଆସିଲା ‘ସରଫିରା’ରୁ ଅକ୍ଷୟ କୁମାରଙ୍କ ଦମ୍‌ଦାର ଲୁକ୍‌, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସରଫିରା’ କୁ ନେଇ ଏକ ନୂଆ ଅପ୍‌ଡେଟ୍‌ ସେୟାର କରିଛନ୍ତି । ବଲିଉଡର ଆକ୍ସନ୍ ହିରୋ ଖିଲାଡି କୁମାର ତାଙ୍କ ନୂଆ ଫିଲ୍ମ’ସାରଫିରା’ ସହିତ ପୁଣି ଥରେ ଦର୍ଶକଙ୍କୁ ଉତ୍ସାହିତ କରିବାକୁ ପ୍ରସ୍ତୁତ ଅଛନ୍ତି । ଅକ୍ଷୟ କୁମାର ଏବଂ ରାଧିକା ମଦାନଙ୍କ ଅପ୍‌କମିଂ ଫିଲ୍ମ ‘ସରଫିରା’ର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ଫିଲ୍ମର ରିଲିଜ୍ ଡେଟ୍‌ ମଧ୍ୟ ପ୍ରକାଶ ପାଇଛି । ଫିଲ୍ମ ‘ସରଫିରା’ର ପ୍ରଥମ ପୋଷ୍ଟରରେ ଅଭିନେତାଙ୍କ ଦମ୍‌ଦାର ଲୁକ୍ ମଧ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଲୋକମାନେ ଏହି ଫିଲ୍ମର ପ୍ରଥମ ପୋଷ୍ଟରକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

‘ବେବି’, ‘ଏୟାରଲିଫ୍ଟ’, ‘ଟଏଲେଟ୍: ଏକ ପ୍ରେମ କଥା’ ଏବଂ ‘ସ୍ପେଶାଲ୍ ୨୬’ ପରେ ଅକ୍ଷୟ କୁମାର ‘ସରଫିରା’ ସହିତ ଫେରିବାକୁ ଯାଉଚନ୍ତି । ଯେଉଁଥିରେ ତାଙ୍କୁ ପୁଣି ଏକ ନୂଆ ଲୁକ୍ ଏବଂ ଡ୍ୟାସିଂ ଷ୍ଟାଇଲ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ନୂଆ ପୋଷ୍ଟର ସେୟାର କରି ବଲିଉଡର ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଜଣେ ବ୍ୟକ୍ତିଙ୍କ ଷ୍ଟୋରି ଯିଏ ବଡ଼ ସ୍ୱପ୍ନ ଦେଖିବା ପାଇଁ ସାହସ କରିଥିଲା ଏବଂ ଏହି ଷ୍ଟୋରି, ଚରିତ୍ର ଏବଂ ଫିଲ୍ମ ବହୁତ ଖାସ ।

ଅକ୍ଷୟ କୁମାର ଏବଂ ରାଧିକା ମଦାନଙ୍କ ଅପ୍‌କମିଂ ଫିଲ୍ମ ‘ସାରଫିରା’ ଜୁଲାଇ ୧୨ ରେ ସିନେମା ହଲରେ ରିଲିଜ୍‌ ହେବ । ତେବେ ଜୁନ୍ ୧୪ରେ ଅକ୍ଷୟ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଏହା ଘୋଷଣା କରିଥିଲେ । ଏହା ଅଭିନେତା ସୂର୍ଯ୍ୟଙ୍କ ତାମିଲ ଫିଲ୍ମ ‘ସୋରାରାଇ ପୋଟ୍ରୁ’ର ରିମେକ୍ ଫିଲ୍ମ । ଏହି ପୋଷ୍ଟରରେ ଅଭିନେତାଙ୍କ ଦମ୍‌ଦାର ଲୁକ୍‌କୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ଫିଲ୍ମ ‘ସାରଫିରା’ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପରେଶ ରାୱଲ, ରାଧିକା ମଦାନ ଏବଂ ସୀମା ବିସବାସଙ୍କ ଭଳି ଅଭିନେତା ମଧ୍ୟ ନଜର ଆସିବେ । ଏହି ଅବିଶ୍ୱାସନୀୟ ଷ୍ଟୋରି ଲୋକମାନଙ୍କୁ ପ୍ରେରଣା ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ଫିଲ୍ମ’ସରାଫିରା’ ଅରୁଣା ଭାଟିଆ, ସାଉଥ ସୁପରଷ୍ଟାର ସୁରିଆ ଏବଂ ଜ୍ୟୋତିକା ଏବଂ ବିକାଶ କୁମାର ସଙ୍ଗୀତ ସହିତ ବିକ୍ରମ ମାଲହୋତ୍ରା (ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ) ଦ୍ୱାରା ନିର୍ମିତ । ଯଦି ଅକ୍ଷୟଙ୍କ ଓ୍ଵର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ େଓ୍ଵଲକମ୍‌ ଟୁ ଜଙ୍ଗଲ’, ‘ହେରା ଫେରି’ ‘ଏବଂ’ ସିଙ୍ଘମ୍‌ ଏଗେନ୍‌ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ।

D Sonali

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

21 seconds ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

32 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

34 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

37 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

43 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

58 mins ago