ମନୋରଂଜନ

ବହୁ ପ୍ରତୀକ୍ଷାର ଅନ୍ତ! IPL ଫାଇନାଲରେ ରିଲିଜ୍‌ ହେବ ‘ଲାଲ୍‌ ସିଂ ଚଢା’ର ଟ୍ରେଲର; ଭିଡିଓ ଜାରି କରି ସୂଚନା ଦେଲେ ଆମିର ଖାନ

ବଲିଉଡ୍‌ ଅଭିନେତା ଆମିର ଖାନ ଓ ଅଭିନେତ୍ରୀ କରୀନା କପୁର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଢା’କୁ ଫ୍ୟାନମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ଟ୍ରେଲରକୁ ନେଇ ରୋଚକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଲାଲ୍‌ ସିଂ ଚଢାର ଟ୍ରେଲରକୁ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ସମୟରେ ଲଞ୍ଚ୍‌ କରାଯିବ। ଫିଲ୍ମର ଟ୍ରେଲର ରିଲିଜ୍‌ ଡେଟ୍‌ର ସୂଚନା ଆମିର ଖାନ ନିଜ ପ୍ରଡକ୍ସନ ହାଉସ୍‌ର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ସେୟାର କରି ଦେଇଛନ୍ତି।

ଏହି ଭିଡିଓରେ ଦେଖାଯାଉଛି, ଆମିର ଖାନ ନିଜ କଥା ରଖୁଛନ୍ତି, ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ଲାଲ୍‌ ସିଂ ଚଢାର ଟ୍ରେଲର ବିଷୟରେ ପଚାରୁଛନ୍ତି କି, ସାର୍‌ ଲାଲ୍‌ ସିଂ ଚଢାର ଟ୍ରେଲର କେବେ ଦେଖାଇବେ। ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁପରଷ୍ଟାର କହୁଛନ୍ତି, ୨୯ ମେ’ ଆଇପିଏଲ୍‌ ଫିନାଲେ ମ୍ୟାଚ୍‌ ଫାଷ୍ଟ୍‍ର୍ ଇନିଙ୍ଗ୍‌ର ଦ୍ୱିତୀୟ ଟାଇମ୍‌ ଆଉଟ୍‌ ସମୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବ। ଅର୍ଥାତ୍‌ ୨୯ ମେ’ରେ ଆଇପିଏଲ୍‌ର ଫିନାଲେ ମ୍ୟାଚ୍‌ ସମୟରେ ଲାଲ୍‌ ସିଂ ଚଢାର ଟ୍ରେଲର ରିଲିଜ୍‌ କରାଯିବ।

photo: koimoi

ଅଦ୍ୱୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମିର ଖାନ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଯେତେବେଳେ କି, ଅଭିନେତ୍ରୀ କରୀନା କପୁର ତାଙ୍କ ପ୍ରେମିକାଙ୍କ ଚରିତ୍ରରେ ଦେଖାଯିବେ। ଫିଲ୍ମ ‘ଲାଲ୍‌ ସିଂ ଚଢା’ରେ ଆମିର ଖାନ, କରୀନା କପୁରଙ୍କ ବ୍ୟତୀତ ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଓ ମୋନା ସିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମ ୧୯୯୪ ମସିହାରେ ଆସିଥିବା ଆମେରିକୀୟ ଫିଲ୍ମ ‘Forrest Gump’ର ରିମେକ୍‌। ତେବେ ଏହି ଫିଲ୍ମରେ ସେହି ସମୟରେ ହୋଇଥିବା କିଛି ରାଜନୈତିକ ଘଟଣାକୁ ମଧ୍ୟ ପ୍ରଦର୍ଶନ କରାଯାଇଛି। Viacom 18 Studios ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମକୁ ଭାରତରେ ୧୦୦ରୁ ଅଧିକ ସ୍ଥାନରେ ରିଲିଜ୍‌ କରାଯିବ।

ଅଗଷ୍ଟରେ ରିଲିଜ୍‌ ହେବ ଫିଲ୍ମ

କହି ରଖୁଛୁ ଯେ ଆମିର ଖାନଙ୍କ ଏହି ଫିଲ୍ମ ଚଳିତ ବର୍ଷ ଏପ୍ରିଲ ୧୪ରେ ସିନେମାଘରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଫିଲ୍ମ ନିର୍ମାତାମାନେ ମଙ୍ଗଳବାର ଫିଲ୍ମର ରିଲିଜ୍‌ ଡେଟ୍‌କୁ ବାତିଲ କରି ଦେଇଛନ୍ତି। ଏଥି ସହିତ ନିଷ୍ପତ୍ତି ନେଇଛନ୍ତି ଯେ ଲାଲ୍‌ ସିଂ ଚଢା ଅଗଷ୍ଟ ୧୧ ତାରିଖରେ ସିନେମାଘରେ ମୁକ୍ତିଲାଭ କରିବ। ତେବେ ପୂର୍ବରୁ ମଧ୍ୟ କୋଭିଡ୍‌-୧୯ କଟକଣାକୁ ଧ୍ୟାନରେ ରଖି ଫିଲ୍ମର ରିଲିଜ୍‌ ଡେଟ୍‌କୁ ଟାଳି ଦିଆଯାଇଥିଲା।

Roshni

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 seconds ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

17 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

31 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

44 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

45 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago