ମନୋରଂଜନ

ଲଳିତ ମୋଦି ଓ ସୁସ୍ମିତାଙ୍କ ୯ ବର୍ଷର ଟ୍ଵିଟ୍‌ ଭାଇରଲ, ବହୁତ ପୁରୁଣା ଏମାନଙ୍କ ସଂପର୍କ

ଦେଶରେ ନୂଆ ଅନ୍ଦାଜରେ କ୍ରିକେଟ ଆଇପିଏଲ୍‌ ଆରମ୍ଭ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଲଳିତ ମୋଦି। ଏବେ ପୁଣିଥରେ ନିଜ ବ୍ୟକ୍ତିଗତ ଚର୍ଚ୍ଚାକୁ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆଉ ୫୬ ବର୍ଷୀୟ ଲଲିତ ମୋଦି ବଲିଉଡ ଅଭିନେତ୍ରୀ ସୁସ୍ମିତାଙ୍କ ବିବାହ କରିବାକୁ ଯାଉଛନ୍ତି। ଯାହାର ଫଟୋ ଭାଇରଲ ହେବାରେ ଲାଗିଛି। ଇଣ୍ଡିଆନ୍ ପ୍ରିମିୟର ଲିଗର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ସୋସିଆଲ୍ ମିଡିଆରେ ନିଜ ରିଲେସନକୁ ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ପରେ ସବୁଠି ଏମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ।

ଏବେ ଦୁହିଁଙ୍କର ୯ ବର୍ଷର ପୁରୁଣା ଟ୍ଵିଟ୍‌ ଭାଇରଲ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି ଯେ, କୁଆଡେ ଲୁଚିଛପି ନିର୍ବନ୍ଧ କରିଦେଇଛନ୍ତି ନିରବ ମୋଦୀ ଓ ସୁସ୍ମିତା ସେନ୍ । ୨୦୧୩ରେ ଲଳିତ ମୋଦି କରିଥିବା ଏକ ଟ୍ଵିଟ୍‌ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଟ୍ଵିଟରେ ଲଳିତ ମୋଦି ସୁସ୍ମିତାଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ ମେରେ ଏସଏମଏସର ଜବାବ ଦିଅ । ୟୁଜର୍ସ ଏବେ ଏହି ଟ୍ଵିଟର ସ୍କ୍ରିନସର୍ଟ ନେଇ ସେୟାର କରୁଛନ୍ତି।

ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଚିତ୍ର ଦେଖାଯାଉଛି ଯେ, ସୁସ୍ମିତା ସେନଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଏପରିକି ଲଲିତ ମୋଦି ସୁସ୍ମିତାଙ୍କ ସହ ତାଙ୍କ ଟ୍ୱିଟର ଡିପି ମଧ୍ୟ ରଖିଛନ୍ତି ।

ଲଲିତ ମୋଦି ଲେଖିଛନ୍ତି, କ୍ଲାରିଟି ପାଇଁ  ମୁଁ ଆପଣଙ୍କୁ କହିବି ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବାହା ହୋଇନାହୁଁ। ହଁ, କିନ୍ତୁ ଶୀଘ୍ର ଏହା କରିପାରୁ। ଏହାପୂର୍ବରୁ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ କିଛି ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଏବଂ ଦୁହେଁ ବିବାହ କରିଥିବା ସୂଚନା ଦେଇଥିଲେ। ଏହି ପୋଷ୍ଟ ମାଧ୍ୟମରେ ଲଲିତ ଲେଖିଛନ୍ତି ଯେ  ସେ ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଲଣ୍ଡନକୁ ଫେରିଛନ୍ତି। ସେ ପରିବାର ସହିତ ମାଲଦ୍ୱୀପ ଏବଂ ସର୍ଦ୍ଦାରିଆ ଯାଇଥିଲେ। ସେ ସୁସ୍ମିତା ସେନଙ୍କୁ  ବେଟର ହାପ୍  ବୋଲି ବର୍ଣ୍ଣନା କରିଥିଲେ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago