ଜନ୍ମଦିନ ପାଳନ କଲେ ଲାରା ଦତ୍ତା, ମାତ୍ର ୨୨ ବର୍ଷ ବୟସରେ ରଚିଥିଲେ ଇତିହାସ

ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତା ଆଜି ଏପ୍ରିଲ ୧୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କ କ୍ୟାରିଅରରେ ଅନେକ ଫିଲ୍ମରେ କାମ କରିଥିଲେ, କିନ୍ତୁ ଆଜି ମଧ୍ୟ ସେ ତାଙ୍କର ପୁରୁଣା କାହାଣୀ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଲାରା ଦତ୍ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଟ୍ୟାଲେଣ୍ଟେଡ୍ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ । ଲାରା ଭାରତରେ ଦ୍ବିତୀୟ ମହିଳା, ଯିଏ ମିସ୍ ୟୁନିଭର୍ସ ଟାଇଟଲ୍ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ଏହା ପରେ, ସେ ବଲିଉଡରେ ଏଣ୍ଟ୍ରି କଲେ ଏବଂ ଅନେକ ହିଟ୍ ଫିଲ୍ମରେ ନଜର ଆସିଲେ । ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ‘ଅନ୍ଦାଜ’ ସହିତ ଡେବ୍ୟୁ କରିବା ପେର ସେ ରାତାରାତି ସୁପରଷ୍ଟାର ହୋଇଗଲେ । ଏହି ଫିଲ୍ମର ଏକ ଗୀତର ସୁଟିଂ ସମୟରେ ଲାରା ଦତ୍ତାଙ୍କ ସହିତ ଏପରି ଏକ ଘଟଣା ଘଟିଥିଲା ଯେ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଥିଲେ । ସେହି ସମୟରେ ଅକ୍ଷୟ ଜରେ ରିୟଲ ଲାଇଫ୍ ହିରୋ ହୋଇ ତାଙ୍କ ଜୀବନ ବଞ୍ଚାଇଥିଲେ ।

ଲାରା ଦତ୍ତା ୨୦୦୦ ମସିହାରେ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପେର ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ସେ ୨୨ ବର୍ଷ ବୟସରେ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଇତିହାସରେ ସବୁଠାରୁ ଅଧିକ ନମ୍ବର ରଖି ଏକ ରେକର୍ଟ ମଧ୍ୟ ସୃଷ୍ଟି କରିଥିଲେ । ଏଥି ସହ, ସେ ତାଙ୍କ ସହ ପ୍ରତିଯୋଗୀ ଏବଂ ମିସ୍ ୱାର୍ଲ୍ଡ ପ୍ରିୟଙ୍କା ଚୋପ୍ରାଙ୍କ ସହ ‘ଅନ୍ଦାଜ’ ଫିଲ୍ମ ମାଧ୍ୟମରେ ବହୁ ଚର୍ଚ୍ଚାରେ ରହିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଲାରାଙ୍କୁ ବେଷ୍ଟ ଫିମେଲ୍ ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହ ଫିଲ୍ମର ଫେମସ୍ ଗୀତ ‘ରବ୍ଦା ଇସ୍କ ନା ହୋଭେ’ ବହୁତ ପପୁଲାର ହୋଇଥିଲା । କିନ୍ତୁ ଏହାର ସୁଟିଂ ପଛର କାହାଣୀ ବହୁତ କମ୍ ଲୋକ ଜାଣନ୍ତି । ଜାଣି ରଖନ୍ତୁ ଯେ ଏହି ଗୀତର ସୁଟିଂ ସମୟରେ ଲାରାଙ୍କ ଜୀବନ ଯାଇଥାନ୍ତୀ । ତା’ପରେ ଅକ୍ଷୟ କୁମାର ତାଙ୍କ ଜୀବନ ବଞ୍ଚାଇଥିଲେ । ଲାରା ନିଜେ ଏକ ଇଣ୍ଟରଭ୍ୟୁରେ ଏହି କାହାଣୀଟି କହିଥିଲେ ।

ଆପାଣମାନେ ଜାଣିଛନ୍ତି କି ଲାରା ବହୁତ ଦିନ ଧରି ଫିଲ୍ମରୁ ଦୂରରେ ଅଛନ୍ତି । କିନ୍ତୁ ସେ ତାଙ୍କ ଚମତ୍କାର କ୍ୟାରିଅରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ‘ଅନ୍ଦାଜ’ ପରେ ସେ ମସ୍ତି’, ‘ବରଦାସ୍ତ’, ‘ଇନ୍ସାନ’, ‘କାଳ’, ‘ନୋ ଏଣ୍ଟ୍ରି’, ‘ଜିନ୍ଦା’, ‘ଭାଗମ୍ ଭାଗ’, ‘ପାର୍ଟନର୍’, ‘ବିଲ୍ଲୁ’ ଏବଂ ‘ଡନ୍ 2’ ଭଳି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ତାଙ୍କୁ ବଲିଉଡରେ ଆଶା କରାଯାଉଥିବା ସଫଳତା ମିଳିନାହିଁ । ଫିଲ୍ମ ବ୍ୟତୀତ, ଅଭିନେତ୍ରୀଙ୍କୁ ଟିଭି ଶୋ’ ‘କୌନ ବନେଗା ଶିଖରବତୀ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥି ସହ ସେ ୨୦୧୧ ମସିହାରେ ଟେନିସ୍ ଖେଳାଳି ମହେଶ ଭୂପତିଙ୍କୁ ବିବାହ କରିଥିଲେ ।