ଇନ୍ଦିରା ଗାନ୍ଧିଙ୍କ ଲୁକରେ ଟ୍ବିଟରରେ ଟ୍ରେଣ୍ଡ ହେଲେ ଏହି ଅଭିନେତ୍ରୀ, ଆପଣ ଦେଖି ମଧ୍ୟ ଜାଣିପାରିବେ ନାହିଁ

ହୁଏତ ଏ ଫଟୋ ଦେଖି ଆପଣ ଆଶ୍ଚର୍ଯ୍ଯ ହୋଇଯିବେ। ଫଟୋ ଦେଖି ଚିହ୍ନିପାରୁଛନ୍ତି କି ? ହୁଏତ ନୁହେଁ। ଏବେ ଏହି ଫଟୋ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ଫଟୋଟି ଲାରା ଦତ୍ତଙ୍କର। ଆଉ ଫିଲ୍ମ ‘ବେଲ ବଟମ୍’ ପାଇଁ ଲାରାଙ୍କୁ ଏପରି ଲୁକ୍ ଦିଆଯାଇଛି।

ନିକଟରେ ଫିଲ୍ମ ‘ବେଲ ବଟମ୍’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ଅକ୍ଷୟ କୁମାର, ଲାରା ଦତ୍ତ, ହ୍ଯୁମା କ୍ଯୁରେସୀ ପ୍ରମୁଖ କଳାକାର ନଜର ଆସିବେ। ଫିଲ୍ମରେ ଲାରା ଦତ୍ତା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏବେ ଏହି ଫଟୋ ଭାଇରଲ ହେବାରେ ଲାଗିଛି। ଫ୍ଯାନ ଲାରା ଦତ୍ତଙ୍କୁ ବିଲକୁଲ ଚିହ୍ନିପାରୁନାହାନ୍ତି। ଏହି ଫଟୋକୁ ଦେଖି ମେକଅପ୍ ଆଟିଷ୍ଟଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ଲାରାଙ୍କ ମେକଅପ ଆଟିଷ୍ଟ ପୋସ୍ଥାଟିକ୍ ଲୁକ୍ ଦେଇଛନ୍ତି। ଆଉ ତାଙ୍କୁ ନ୍ଯାସନାଲ ଆୱାର୍ଡ ଦେବାକୁ ପ୍ରଶଂସକ କହିଛନ୍ତି। ଫିଲ୍ମଟି ୧୯ ଅଗଷ୍ଟରେ ରିଲିଜ ହେବ। ଫିଲ୍ମଟି ୩ଡି ଫର୍ମାଟରେ ରିଲିଜ ହେବ ବୋଲି ଅକ୍ଷୟ କୁମାର କହିଛନ୍ତି। ଏହି ଫିଲ୍ମର ପୋଷ୍ଟର ପୂର୍ବରୁ ରିଲିଜ କରାଯାଇଥିଲା। ଯେଉଁଥିରେ ଅକ୍ଷୟ କୁମାରଙ୍କ ଲୁକ୍ ଫ୍ଯାନଙ୍କୁ ବେଶ ପସନ୍ଦ ଆସିଥିଲା।

Leave A Reply

Your email address will not be published.