ମନୋରଂଜନ

ଶେଷ ଫଟୋରେ ତ୍ରିରଙ୍ଗାରେ ଗୁଡାଇ ହୋଇ ଶୋଇଥିଲେ ଲତା, ଫଟୋ ଦେଖି ସମସ୍ତେ ହେଲେ ଭାବୁକ

ନୀରବି ଗଲେ ସ୍ୱର ସରସ୍ୱତୀ। ଲତା ମଙ୍ଗେସକରଙ୍କ ନିଧନରେ ସମସ୍ତେ ସ୍ତବ୍ଧ। ପ୍ରତି ଭାରତୀୟଙ୍କ ଆଖିରେ ଲୁହ। କେବଳ ଭାରତୀୟ ନୁହନ୍ତି ବାଲାଂଦେଶ, ପାକିସ୍ତାନ ଠାରୁ ଆରମ୍ଭ କରି ଦୁନିଆର ଅନେକ ଦେଶର କଳାପ୍ରେମୀ ଲୋକଙ୍କ ମଧ୍ୟରେ ତାଙ୍କ ପରଲୋକକୁ ନେଇ ଦୁଃଖ ରହିଛି। ୯୨ ବର୍ଷ ବୟସରେ ଏହି ମହାନ ଗାୟିକା ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ନିଧନରେ ସମଗ୍ର ଦେଶ ୨ ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳୁଛି। ତାଙ୍କ ଅନ୍ତିମ ସଂସ୍କାର ରବିବାର ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ହୋଇଥିଲା। ଆଉ ଅନ୍ତିମ ସଂସ୍କାର ପୂର୍ବରୁ ମହାନ ଗାୟିକାଙ୍କ ଶେଷ ଫଟୋ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା।

ନିଜର ସ୍ୱର ପାଇଁ କୋକିଳ କଣ୍ଠୀ ସମ୍ମାନ ପାଇଥିବା ଲତାଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକ ଉପସ୍ଥିତି ହୋଇଥିଲେ। ନିଜର ଶେଷ ଫଟୋରେ ଲତା ତ୍ରିରଙ୍ଗାରେ ଗୁଡାଇ ହୋଇଥିବା ଦେଖିବାକୁ ମିଳିଥିଲେ। ଲତାଙ୍କ ମୁଣ୍ଡ ପାଖରେ ଭଉଣୀ ଆଶା ଭୋସଲେ ବସିଥିବା ମଧ୍ୟ ନଜର ଆସିଥିଲେ।

ଲତାଙ୍କ ଶେଷ ଫଟୋ ଦେଖି ସମସ୍ତଙ୍କ ଆଖିରୁ ଲୁହ ଝରିପଡୁଥିଲା। କେହି ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରୁନଥିଲେ। ସମସ୍ତେ ଏହାକୁ ମିଛ ବୋଲି ଭାବୁଥିଲେ। ଆଉ ଭାବୁଥିଲେ ସେ ଉଠି ପୁଣି ନିଜ ମିଠା ସ୍ୱରରେ ଗୀତ ଗାଇ ଶୁଣାଇବେ।

ଲତାଙ୍କ ଅନ୍ତିମ ଦର୍ଶନ ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ନେତା ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଲୋକ ମଧ୍ୟ ଶେଷ ସମ୍ମାନ ଦେବାକୁ ପହଞ୍ଚି ଯାଇଥିଲେ। ମୋଦିଙ୍କ ଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ଶାହରୁଖ ଖାନ, ଶଙ୍କର ମହାଦେବନ, ଆଶୁତୋଷ ଗ୍ଵାରିଓ୍ଵରକରଙ୍କ ସମେତ ଅନେକ ବଡ ବଡ ସେଲିବ୍ରିଟି ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୨୯ ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଚିକିତ୍ସିତ ହୋଇ ଶେଷରେ ଲତାଙ୍କର ପରଲୋକ ହୋଇଥିଲା। ତାଙ୍କ ନିଧନରେ ରାଷ୍ଟ୍ରୀୟ ଶୋକ ସହିତ ୨ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିଛି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago