କଣ ଥିଲା ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷ ଇଚ୍ଛା, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଦିନଟି ଓଡ଼ିଆ ସିନେମା ଓ ମଞ୍ଚ ଜଗତ ପାଇଁ ଏକ ଦୁଃଖଦ ଦିବସ ଥିଲା । ପରପାରିକୁ ଚାଲିଗଲେ ନାଟ୍ୟକାର, ଚଳଚ୍ଚିତ୍ର କାହାଣୀକାର, ନିର୍ଦ୍ଦେଶକ ବିଜୟ ମିଶ୍ର । ଅନେକ ଗଳ୍ପ, ନାଟକ ଏବଂ ଚଳଚ୍ଚିତ୍ର କାହାଣୀ ରଚନା କରିଥିବା ଏହି ପ୍ରଖ୍ୟାତ ନାଟ୍ୟକାରଙ୍କ ଶେଷ ଇଚ୍ଛା କିନ୍ତୁ ପୂରଣ ହୋଇ ପାରିଲା ନାହିଁ । ତାଙ୍କର ଇଚ୍ଛା ଥିଲା ମେଡିକାଲର ଆଇସିୟୁ ଉପରେ ଏକ କାହାଣୀ ଲେଖିବେ । ତେବେ ସେ ଏହି କାହାଣୀଟି ଲେଖି ପାରିନଥିଲେ । ଏପରିକି ତାଙ୍କ ପୁଅଙ୍କ ସୂଚନା ଅନୁସାରେ ବିଜୟ ମିଶ୍ର ଶେଷ ସମୟରେ ନିଜେ ଆଇସିୟୁ ଭିତରକୁ ମଧ୍ୟ ଯାଇ ପାରିନଥିଲେ ।

ଭୁବନେଶ୍ୱର ସାଆନ୍ତରାପୁର ନିକଟରେ ଥିବା ଏକ ବେସରକାରୀ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । ଗତକାଲି ତାଙ୍କ ଦେହ ଯେତେବେଳେ ଗୁରୁତର ହେଲା ତାଙ୍କୁ କେବିନ୍‌ରୁ ଆଇସିୟୁକୁ ନେବା ପାଇଁ ଡାକ୍ତର କହିଥିଲେ । କେବିନ୍‌ରୁ ଆଇସିୟୁ ଥିଲା ମାତ୍ର ୨୦ରୁ ୩୦ ମିଟର ଦୂର । ହେଲେ ସେତିକି ଦୂର ବି ସେ ଯାଇ ପାରିଲେ ନାହିଁ । ଆଇସିୟୁରେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ବୋଧହୁଏ ଏମିତି କିଛି ଥିଲା ବିଧିର ନିର୍ଦ୍ଦେଶ । ସେ ଆଇସିୟୁ କାହାଣୀ ଲେଖି ପାରିଲେ ନାହିଁ କି ଆଇସିୟୁରେ ପହଞ୍ଚି ପାରିଲେ ନାହିଁ ।

ଆଜି ଶେଷକୃତ୍ୟ ହେବ ପୁରୀ ସ୍ୱର୍ଗ ଦ୍ୱାରରେ

ସ୍ୱର୍ଗତ ବିଜୟ ମିଶ୍ରଙ୍କର ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାରରେ କରାଯିବ । ଆଜି ପୁରୀ ଯିବା ପୂର୍ବରୁ ତାଙ୍କର ମର ଶରୀରକୁ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଓ ରବୀନ୍ଦ୍ର ମଣ୍ଡପକୁ ନିଆଯାଇଥିଲା ।

BIJAY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.