ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ସୋନୁ ନିଗମ ‘ହମ୍‌ ହିନ୍ଦୁସ୍ତାନୀ’ ପାଇଁ ଗାଇଲେ ଏକାଠି

ମୁମ୍ବାଇ :  ବଲିଉଡର ଏହି ୧୫ ଜଣ ବରିଷ୍ଠ କଳାକାରମାନେ ପ୍ରଥମଥର ପାଇଁ ଏକ ଦେଶଭକ୍ତି ସଂଗୀତ ଗାଇଛନ୍ତି । ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ପଦ୍ମିନୀ କୋଲ୍ହାପୁରୀ, ଅନୀଲ ଅଗ୍ରଓ୍ଵାଲ୍‌, ସୋନୁ ନିଗମ, କୈଳାସ ଖେର, ଅଲକା ୟାଗ୍ନିକ ଓ ସବୀର କୁମାର ଏହି ଦେଶ ଭକ୍ତି ସଂଗୀତରେ କଣ୍ଠ ଦାନ କରିଛନ୍ତି ।

ଏଥିସହିତ ଶ୍ରଦ୍ଧା କପୁର, ସୋନାକ୍ଷୀ ସିହ୍ନା, ଶ୍ରୁତି ହସନ, ତାରା ସୁତାରିୟା, ଅଙ୍କିତ ତିଓ୍ଵାରୀ,ସିଦ୍ଧାନ୍ତ କପୁର ଏବଂ ଜନ୍ନତ ଜୁବେରଙ୍କ ଭଳି ଯୁବା ପୀଢ଼ିର କଳାକାରମାନେ ମଧ୍ୟ ଏହି ଗୀତକୁ ପୁଣି ଥରେ ଗାଇବେ ବୋଲି ଜଣାପଡ଼ିଛି । ଏଡି ଗୀତକୁ ପ୍ରିୟଙ୍କା ଶର୍ମା ଓ ପାରସ ମେହେତା ନିଜ ମ୍ୟୁଜିକ ଲେବଲ ଧମାକା ରେକର୍ଡସ ପାଇଁ ପ୍ରଡ୍ୟୁସ କରୁଛନ୍ତି । ପ୍ରଥମ ଥର ପାଇଁ ଗାୟକଙ୍କ ସହ ଅଭିନେତା ଏହି ଦେଶାତ୍ମକ ସଂଗୀତ ଗାଉଛନ୍ତି ।

୧୩ ଅଗଷ୍ଟରେ ହେବ ରିଲିଜ :

ଏହି ସଂଗୀତକୁ ଅନିଲ ଅଗ୍ରଓ୍ଵାଲ ଫାଉଣ୍ଡେସନ ସପୋର୍ଟ କରିଛି । ଗୀତ ମିଷ୍ଟର ଆଣ୍ଡ ମିସେସ ଫିଲ୍ମ ଦ୍ୱାରା ନେର୍ଦ୍ଦେଶିତ ହୋଇଛି । ଗୀତିକାର କଶିଶ କୁମାରଙ୍କ ସହ ଦିଲ୍‌ଶାଦ ଶବୀର ଶେଖ ଗୀତର ନର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.