ଲତା ମଙ୍ଗେସକରଙ୍କ ପୂର୍ବରୁ ଗୀତିକାର ମଜରୁହ ସୁଲତାନପୁରୀ ଚାଖୁଥିଲେ ତାଙ୍କ ଖାଦ୍ୟ, ଜାଣନ୍ତୁ କାହିଁକି?

ସ୍ତବ୍ଧ ଆଜି ସାରା ସଙ୍ଗୀତ ଦୁନିଆ। କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ପରଲୋକରେ ପୂରା ସଙ୍ଗତ ଜଗତ ଆଜି ନିରବୀ ଯାଇଛି। ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ସ୍ୱର ସାମ୍ରଜ୍ଞୀ। ଲତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।
ତେବେ ପ୍ରଥମେ କିନ୍ତୁ ଲତା ମଙ୍ଗେସକରଙ୍କ ବାପା ଦୀନାନାଥ ମଙ୍ଗେସକର ଚାହୁଁନଥିଲେ ଯେ ଝିଅ ଫିଲ୍ମରେ ଗୀତ ଗାଉ। ଲତା ମଙ୍ଗେସକର ନିଜ ଦମ୍ଦାର ସ୍ୱର ଯୋଗୁ ଦୀର୍ଘ ଦିନ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ସାରା ବିଶ୍ୱ ତାଙ୍କ ସୁମଧୁର ସ୍ୱରର ଦିଓ୍ଵାନା। ଲତା ମଙ୍ଗେସକର ବଲିଉଡ୍ରେ ଅନେକ ଫିଲ୍ମରେ ସ୍ୱର ସଂଯୋଜନା କରିଛନ୍ତି, ଯାହା ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି। ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକରଙ୍କ ପାଇଁ ଯେଉଁ ଖାଦ୍ୟ ତିଆରି ହେଉଥିଲା ସେ ସିଧାସଳଖ ତାହାକୁ ଖାଉନଥିଲେ। ତାଙ୍କ ପୂର୍ବରୁ ସେ ଖାଦ୍ୟକୁ ଗୀତିକାର ମଜରୁହ ସୁଲତାନପୁରୀ ପ୍ରଥମେ ଚାଖୁଥିଲେ। ଏଥିପାଇଁ ସୁଲତାନପୁରୀ ସନ୍ଧ୍ୟା ୬ଟାରେ ଲତାଙ୍କ ଘରକୁ ଯାଉଥିଲେ।
ସୂଚନାଯୋଗ୍ୟ ଯେ ଲତାଙ୍କୁ ୩୩ ବର୍ଷ ହୋଇଥିବା ବେଳେ ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଥିଲା। କେହି ତାଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲା। ଏ ନେଇ ତାଙ୍କ ବନ୍ଧୁ ପଦ୍ମା ସଚଦେବ ନିଜ ବହିରେ ଉଲ୍ଲେଖ କରିଥିଲେ। ପଦ୍ମା ନିଜ ବହି ‘ଏସା କାହାଁ ସେ ଲାଉଁ’ରେ ଲେଖିଥିଲେ ଯେ ଲତାଙ୍କୁ କେହି ବିଷ ଦେଇ ହତ୍ୟା ଉଦ୍ୟମମ କରିଥିଲା। କିନ୍ତୁ ଭାଗ୍ୟ ଭଲ ସେ ବଞ୍ଚିଯାଇଥିଲେ।
ଲତା ମଙ୍ଗେସକର ଏକ ଇଣ୍ଟରଭ୍ୟୁରେ କହିଥିଲେ, ମୁଁ ସେ ବିଷୟରେ କଥା ହେବାକୁ ବି ଇଚ୍ଛା କରେନି। ୧୯୬୩ ମସିହାରେ ମୋତେ ପ୍ରବଳ ଦୁର୍ବଳ ଲାଗୁଥିଲା। ମୁଁ ବହୁ କଷ୍ଟରେ ବିଛଣାରୁ ଉଠୁଥିଲି। ଡା. କପୁର ସେତେବେଳେ ମୋ ଚିକିତ୍ସା କରୁଥିଲେ। ଫଳରେ ଧୀରେ ଧୀରେ ମୁଁ ସୁସ୍ଥ ହୋଇଥିଲି। କିନ୍ତୁ ଏହା ସତ ଯେ ମୋତେ ସ୍ଲୋ ପଏଜନ୍ ଦିଆଯାଇଥିଲା। କିନ୍ତୁ ଡା. କପୁରଙ୍କ ଚିକିତ୍ସା ଓ ମୋ ଦୃଢ଼ ବିଶ୍ୱାସ ଯୋଗୁ ମୁଁ ପୁଣିଥରେ ଠିଆ ହୋଇପାରିଥିଲି। ପାଖାପାଖି ୩ ମାସ ଯାଏଁ ବେଡ୍ରେ ପଡ଼ିବା ପରେ ପୁଣିଥରେ ମୁଁ ଗୀତ ରେକର୍ଡ କରିବାକୁ ସକ୍ଷମ ହୋଇଥିଲି ବୋଲି କହିଥିଲେ ଲତା।