ଜେଜେବାପା ହେଲେ କମେଡିଆନ ସୁଦେଶ ଲାହିରୀ, ସୋସିଆଲ୍ ମିଡିଆରେ ଦେଲେ ଖୁସି ଖବର

ବଲିଉଡର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଏବଂ ଲାଫଟର୍ ସେଫ୍ ହେଉଛନ୍ତି ସୁଦେଶ ଲାହିରି । ବର୍ତମାନ ସେ ସମସ୍ତ ପ୍ରଶଂସକ ମାନଙ୍କୁ ଖୁସିଖବର ଦେଇଛନ୍ତି । ତାଙ୍କ ଘରକୁ ଜଣେ ଛୋଟ ଅତିଥି ଆସିଛନ୍ତି । ସୁଦେଶ ଲାହିରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ବାଣ୍ଟିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେସେ ଏକ ନବଜାତ ଶିଶୁର ହାତ ଧରିଥିବାର ଦେଖାଯାଉଛି ଏବଂ ଏହି ସମୟରେ ବହୁତ ଖୁସି ଥିବାର ଦେଖାଯାଉଛନ୍ତି । ଏକ ପୋଷ୍ଟ ସେୟାର କରି ପ୍ରକାଶ କରିଛନ୍ତି ଯେ ସେ ଜଣେ ଜେଜେବାପା ହୋଇଯାଇଛନ୍ତି । ସୁଦେଶ ଲାହିରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ଦେଖାଯାଉଛି ।
ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି – ଆମ ପରିବାରରେ ଜଣେ ନୂତନ ସଦସ୍ୟ ଆସିଛନ୍ତି । ଏହା ସହିତ ସେ #Grandson ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି, ଯାହା ଦର୍ଶାଉଛି ଯେ ହାସ୍ୟ ଅଭିନେତା ଜଣେ ଜେଜେବାପା ଏବଂ ତାଙ୍କ ପୁଅ ମଣି ପିତା ହୋଇଛନ୍ତି । ଏହି ପୋଷ୍ଟ ସେୟାର କରିବା ମାତ୍ରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଲେ ।
ସୁଦେଶ ଲାହିରୀଙ୍କ ଏହି ପୋଷ୍ଟରେ କୃଷ୍ଣ ଅଭିଷେକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଏବଂ ମଜାଦାର ଢଙ୍ଗରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଆକାଉଣ୍ଟରେ ଏକ ବାର୍ତ୍ତା ସହିତ ଫଟୋ ସେୟାର କରି ଲେଖିଛନ୍ତି ଏବେ ଗ୍ରହଣ କରନ୍ତୁ ଯେ ଆପଣ ବୃଦ୍ଧ ହୋଇଗଲେଣି । କୃଷ୍ଣା ଅଭିଷେକଙ୍କ ବ୍ୟତୀତ ତାଙ୍କ ପତ୍ନୀ କାଶ୍ମୀରା ଶାହ, ଭାରତୀ ସିଂହ, ସୋନୁ ନିଗମ ଏବଂ ଅଦିତି ଭାଟିଆଙ୍କ ସମେତ ଅନେକ ସେଲିବ୍ରିଟି ସୁଦେଶ ଲାହିରୀଙ୍କୁ ଦାଦା ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
Also read: କେଏଲ ରାହୁଲଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁକନ୍ୟାକୁ ଜନ୍ମ ଦେଲେ ଆଥିୟା