ସଲମାନଙ୍କୁ ମାରିବା ପାଇଁ ୨୫ ଲକ୍ଷର ସୁପାରୀ, ପାକିସ୍ତାନ ଏବଂ ତୁର୍କୀରୁ ମାରଣାସ୍ତ୍ର ମଗାଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍
ସଲମାନ ଖାନଙ୍କୁ ମାରିବା ପାଇଁ ୨୫ ଲକ୍ଷର ସୁପାରୀ ନେଇଥିଲା ଲରେନ୍ସ ବଷ୍ଣୋଇ ଗ୍ୟାଙ୍ଗ । ସିଦ୍ଧୁ ମୁସେଓ୍ୱାଲା ଷ୍ଟାଇଲରେ ହତ୍ୟା କରିବାକୁ କରାଯାଇଥିଲା ପ୍ଲାନିଂ। ଏଥିପାଇଁ ୨୫ ଲକ୍ଷ ଟଙ୍କାର ସୁପାରୀ ନେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟଙ୍ଗ । ଏହି ମାମଲାରେ ଗିରଫ ହୋଇଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୫ ଜଣଙ୍କ ନାମରେ ହୋଇଥିବା ଚାର୍ଜସିଟରୁ ପୋଲିସ ଖୁଲାସା କରିଛି ।
ଖବର ମୁତାବକ, ଚାର୍ଜସିଟରୁ ପୋଲିସ କହିଛି, ଅଭିଯୁକ୍ତ ପାକିସ୍ତାନରୁ ଅତ୍ୟାଧୁନିକ ଅସ୍ତ୍ର ଏକେ ୪୭, ଏକେ ୯୨ ଏବଂ ଏମ ୧୬ ଏବଂ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କୁ ଯେଉଁ ଅସ୍ତ୍ରରେ ମରାଯାଇଥିଲା, ତାହାକୁ ତୁର୍କୀରେ ନିର୍ମିତ ଜିଗାନା ପିସ୍ତଲ କିଣିବାକୁ ଯୋଜନା ଚାଲିଥିଲା । ଏହି ଅସ୍ତ୍ରକୁ ବ୍ୟବହାର କରି ବଲିଉଡ ଭାଇଜନାଙ୍କୁ ହତ୍ୟା କରିବାକୁ ଚାହୁଁଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ।
ପୋଲିସ ଆହୁରି ମଧ୍ୟ କହିଛି, ସଲମାନଙ୍କୁ ମାରିବା ପ୍ଲାନିଂ ଅଗଷ୍ଟ ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ହେବାକୁ ଷଡଯନ୍ତ୍ର ରଚାଯାଇଥିଲା । ପାଖାପାଖି ୬୦ରୁ ୭୦ ଜଣ ଲୋକ ସଲମାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଛନ୍ତି । କେବଳ ଗୋଟିଏ ମଉକା ଅପେକ୍ଷାରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ୫ ଜଣଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ନୂଆ ଚାର୍ଜସିଟ୍ରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ନବି ମୁମ୍ବାଇ ପୋଲିସ ଦ୍ୱାରା ଦାଖଲ ହୋଇଥିବା ଏହି ୩୫୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ଗ୍ୟାଙ୍ଗଷ୍ଟର ସମ୍ପୃକ୍ତ ଅଭିଯୁକ୍ତ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ AK-92 ଭଳି ଆଧୁନିକ ଅସ୍ତ୍ର ହାସଲ କରିବାକୁ ଯୋଜନା କରୁଥିବା କୁହାଯାଇଛି ।
ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ନଭି ମୁମ୍ବାଇରେ ଥିବା ପନ୍ଭେଲ ସ୍ଥିତ ଫାର୍ମ ହାଉସରେ ଗାଡି ଉପରେ ଆକ୍ରମଣ କରାଯିବାକୁ ଯୋଜନା କରାଯାଇଥିଲା । ଦୁଇ ବାଇକ ଆରୋହୀ ଗୁଳିମାଡ କରିଥିଲେ । ପ୍ରାୟ ୨-୩ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଘଟଣାପରେ ସଲମାନଙ୍କ ପରିବାର, ବଲିଉଡ ଇଣ୍ଡଷ୍ଟ୍ରୀ, ଫ୍ୟାନ୍ସ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରକଟ କରିଥିଲେ । ଘଟଣାକୁ ନେଇ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ଏହି ମାମଲାରେ ନଭି ମୁମ୍ବାଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପନ୍ଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଥିଲା ।