ରାବଣଙ୍କୁ ଭେଟି ଆଶୀର୍ବାଦ ନେଲେ ଲକ୍ଷ୍ମଣ, ଫଟୋ ସେୟାର କରି ହେଲେ ଭାବପ୍ରବଣ

ରାମାୟଣ ସିରିୟଲରେ ମାତା ସୀତାଙ୍କୁ ନେଇ ରାବଣ ସହ ରାମ-ଲକ୍ଷ୍ମଣ ଲଢୁଥିଲେ ମଧ୍ୟ ପ୍ରକୃତ ଜୀବନରେ ସେମାନେ ଖୁବ ଭଲ ବନ୍ଧୁ। ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ରାବଣ ଅରବିନ୍ଦ ତ୍ରିବେଦୀଙ୍କୁ ପୂଜ୍ୟ ମାନିଥାନ୍ତି। ସେ ତାଙ୍କୁ ନିଜ ବଡ଼ ଭାଇ ଭଳି ଦେଇଥାନ୍ତି।

ravan

ଉଭୟଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହି ଫଟୋକୁ ସୁନୀଲ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋକୁ ସେୟାର କରି ସେ ଲେଖିଛନ୍ତି ଯେ ଏହି ଫଟୋଟି କ୍ରିସମାସ ବେଳର। ସେତେବେଳେ ସେ ଅରବିନ୍ଦ ତ୍ରିବେଦୀଙ୍କ ସହ ଦେଖାହେବାକୁ ଯାଇଥିଲେ। ଏ ଅବସରରେ ସେ ଅରବିନ୍ଦଙ୍କ ଠାରୁ ଆଶୀର୍ବାଦ ଓ ପରାମର୍ଶ ନେଇଥିଲେ ବୋଲି କହିଛନ୍ତି।


କିଛିଦିନ ପୂର୍ବରୁ ରାମାୟଣର ସୀତା ଭୂମିକାରେ ଅଭିନୟ କରୁଥିବା ଦୀପିକା ମଧ୍ୟ ରାମାୟଣର ସମସ୍ତ ସଦସ୍ୟଙ୍କ ସହ ଫଟୋ ସେୟାର କରିଥିଲେ। ସେହି ଫଟୋକୁ ଲୋକମାନେ ଖୁବ ପସନ୍ଦ କରିଥିଲେ। ସୂଚନାଯୋଗ୍ୟ ଯେ କରୋନା ଲକଡାଉନ ଯୋଗୁ ଏବେ ଦୂରଦର୍ଶନରେ ପୁନର୍ବାର ରାମାୟଣ ସିରିୟଲ ପ୍ରସାରିତ ହେଉଛି।

Leave A Reply

Your email address will not be published.