ଓଟିଟି ପ୍ଲାଟ୍‌ଫର୍ମରେ ଆସିବ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଓ ଲକ୍ଷ୍ମୀ ବମ୍‌ ଭଳି ନୂଆ ଫିଲ୍ମ, ହଲ୍‌ ମାଲିକଙ୍କୁ ବଡ଼ ଝଟକା ଦେଲେ ଫିଲ୍ମ ନିର୍ମାତା

ମୁମ୍ବାଇ : କିଛି ମାସ ଧରି କରୋନା କାରଣରୁ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ ରହିଛି । ଲୋକେ ମନୋରଞ୍ଜନର ଖୋରାକ ଘରେ ବସି ଟିଭି ଓ ମୋବାଇଲ୍‌ ଆଦିରେ ଉପଭୋଗ କରୁଛନ୍ତି । କରୋନା କାରଣରୁ ଦୀର୍ଘ ଦିନ ଧରି ହଲ୍‌ ବନ୍ଦ ରହିଥିବାରୁ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ସବୁ ମୁକ୍ତିଲାଭ କରିପାରୁନି ।

ଫଳରେ ଫିଲ୍ମ ନିର୍ମାତାମାନେ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନା କେତେ ଦିନ ଯାଏ ରହିବ ଓ ହଲ୍‌ଗୁଡିକ ଖୋଲିବ କି ନାହିଁ ଏମିତି ଅନେକ ପ୍ରଶ୍ନ । ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତାମାନେ ଏବେ ଓଟିଟି ପ୍ଲାଟ୍‌ଫର୍ମରେ ବଡ଼ ଫିଲ୍ମ ଦେଖାଇବାକୁ ନିଷ୍ପତ୍ତି ନେଉଛନ୍ତି ।

ott

ଯଦିଓ ହଲ୍‌ ତୁଳନାରେ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ନିର୍ମାତାମାନେ ଅଧିକ ଅର୍ଥ ପାଇବେ ନାହିଁ ତଥାପି ସେମାନଙ୍କର କିଛି କ୍ଷତି ହେବ ନାହିଁ । ଲୋକେ ଓଟିଟି ପ୍ଲାଟ୍‌ଫର୍ମରେ ଭଲ ଭଲ ଫିଲ୍ମ ପାଇଲେ ଆଉ ହଲ୍‌ ଯିବାକୁ ଦରକାର ପଡ଼ିବ ନାହିଁ ।

ସେହି ଅର୍ଥ ବା ତା’ଠାରୁ କମ୍‌ ଅର୍ଥରେ ଘରେ ବସି ନୂଆ ଫିଲ୍ମର ମଜା ନେଇ ପାରିବେ । ଯଦିଓ କିଛି ହଲ୍‌ମାନିଆ ଦର୍ଶକ ଅଛନ୍ତି ଯିଏ କି ବଡ଼ ପରଦାରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ସେମାନେ ବର୍ଷରେ ୧୨ଟି ଫିଲ୍ମ ବଦଳରେ ୩/୪ଟି ଫିଲ୍ମ ଦେଖିବାକୁ ହଲ୍‌ ଯିବେ ।

ତଥାପି ହଲ୍‌ ମାଲିକଙ୍କ ଏଥିରେ ଅଧିକ କ୍ଷତି ହେବ । ଗୁଲାବୋ ସିତାବୋ ରୁ ଏହାର ଆରମ୍ଭ ହୋଇଯାଇଛି । ପୁଣି ଗୁଞ୍ଜନ ସକ୍‌ସେନା ଦେଖାଇବାକୁ ଘୋଷଣା ହୋଇଛି । ଡିଜ୍‌ନୀ ହଟ୍‌ ଷ୍ଟାର୍‌ ତ ଧମାକା କରିଦେଲା । ସିଧା ୭ ଫିଲ୍ମ ତାହା ପୁଣି ବଡ଼ ବଡ଼ ହିରୋଙ୍କର ।

ott-0

ଅକ୍ଷୟ କୁମାର, ଅଜୟ ଦେବଗନ୍‌, ସଞ୍ଜୟ ଦତ୍ତ, ଅଭିଷେକ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଘରେ ବସି ବହୁତ କମ୍‌ ପଇସାରେ ଦେଖି ପାରିବେ । ଜୁଲାଇରୁ ଅକ୍ଟୋବର ମଧ୍ୟରେ – ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ, ଲକ୍ଷ୍ମୀ ବମ୍‌, ଦି ବିଗ୍‌ ବୁଲ୍‌, ସଡ଼କ ୨,ଦିଲ୍‌ ବିଚାରା, ଲୁଟ୍‌କେସ୍‌ ଔର୍‌ ଖୁଦା ହାଫିଜ୍‌ ଭଳି ଫିଲ୍ମ ଦେଖାଯିବ ।

ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ବିକିବାରେ ନିର୍ମାତାଙ୍କର ଆଉ ଏକ ଫାଇଦା ହେଉଛି ନିର୍ମାତାମାନେ ହିଟ୍‌ ଓ ଫ୍ଲପ୍‌ ଆଶଙ୍କାରୁ ମୁକ୍ତି ପାଇବେ । ଥରେ ଓଟିଟି ପ୍ଲାଟ୍‌ଫର୍ମରେ ଦର୍ଶକମାନେ ରହିଗଲେ ଆଉ ହଲ୍‌କୁ ଯିବାକୁ ଇଚ୍ଛା କରିବେ ନାହିଁ । ଏହାଦ୍ୱାରା ହଲ୍‌ ମାଲିକମାନଙ୍କର ସାଂଘାତିକ କ୍ଷତି ଘଟିବ ।

Leave A Reply

Your email address will not be published.