କାଳୀଙ୍କ ପରେ ଏବେ ଶିବ-ପାର୍ବତୀ ସିଗାରେଟ୍‌ ଟାଣୁଥିବା ଫଟୋ ସେୟାର କଲେ ଫିଲ୍ମ ନିର୍ମାତା ଲୀନା, ପୁଣି ଛନ୍ଦି ହେଲେ ବିବାଦରେ

କାଳୀ ଫିଲ୍ମର ପୋଷ୍ଟର ଉପରେ ବିବାଦ ମଧ୍ୟରେ ନିର୍ଦ୍ଦେଶକ ଲୀନା ମଣିମେକଲଇ ଏବେ ପୁଣି ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ପୋଷ୍ଟକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ପୂର୍ବରୁ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବାର ଫଟୋ ସେୟାର କରିଥିବା ଲୀନା ଏବେ ପୁଣିଥରେ ନିଜ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସେୟାର କରିଛନ୍ତି।

ଏଥରକ ଲୀନା ନିଜ ସୋସିଆଲ ମିଡିଆରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଫଟୋ ସେୟାର କରିଛନ୍ତି, ଯାହା ପୁଣିଥରେ ବିବାଦ ଛିଡ଼ା କରିଛି।
କାଳୀ ପୋଷ୍ଟର ବିବାଦ ମଧ୍ୟରେ ଲୀନା ମଣିମେକଲଇ ନିଜ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସେୟାର କରିଛନ୍ତି। ଫଟୋରେ ଭଗବାନ ଶିବ-ପାର୍ବତୀଙ୍କ ବେଶରେ ଦୁଇ କଳାକାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଫଟୋରେ ଉଭୟ କଳାକାର ଧୂମପାନ ମଧ୍ୟ କରୁଛନ୍ତି। ଫଟୋକୁ ଟ୍ଵିଟ୍‌ କରି ଲୀନା ମଣିମେକଲଇ ଲେଖିଛନ୍ତି- ଆଉ ଗୋଟେ କେଉଁଠି। ସୋସିଆଲ ମିଡିଆରେ ସେୟାର ହେଉ ହେଉ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଏହି ଫଟୋ ଯୋଗୁ ଏବେ ଫିଲ୍ମ ନିର୍ମାତାଙ୍କୁ ଗାଳି ଗୁଲଜ କରି ଟ୍ରୋଲ୍‌ କରୁଥିବା ଦେଖାଯାଉଛି।

ସୂଚନାଯୋଗ୍ୟ ଯେ ଲୀନା ମଣିମେକଲଇ ନିଜ ସୋସିଆଲ ମିଡିଆରେ ମା’ କାଳୀ ସିଗାରେଟ୍‌ ଟାଣୁଥିବା ଫଟୋ ସେୟାର କରିବା ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି। ଏହି ଫଟୋରେ ମା’ ଆର ହାତରେ ଏଲ୍‌ଜିବିଟି ସମ୍ପ୍ରଦାୟର ସପ୍ତରଙ୍ଗୀ ପତାକା ଧରିଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସବୁ ଆଡ଼ୁ ଏହି ଫଟୋକୁ ତୀବ୍ର ବିରୋଧ କରାଯାଇଥିଲା। ଏମିତିକି ଲୋକମାନେ ମଧ୍ୟ ଏ ନେଇ ଥାନାରେ ଏତଲା ବି ଦେଇଥିଲେ। ବିରୋଧ ପରେ ଟ୍ଵିଟର ମଧ୍ୟ କାଳୀ ଫିଲ୍ମର ପ୍ରଯୋଜକ ଲୀନା ମଣିମେକଲଇଙ୍କ ଟ୍ଵିଟ୍‌ ଉପରେ ରୋକ୍‌ ଲଗାଇ ଦେଇଥିଲା।

Also Read: ଏ ବାହାଘରରେ ସାକ୍ଷୀ ରହିଲା ତାଜମହଲ, ଘର ଲୋକେ ଦେଲେ ଆଶୀର୍ବାଦ

Leave A Reply

Your email address will not be published.