ପରଲୋକରେ ଲିଜେଣ୍ଡାରୀ ମାଲାୟାଲମ ଫିଲ୍ମ ମେକର ସାଜି ଏନ କରୁଣ

ପରଲୋକରେ ଲିଜେଣ୍ଡାରୀ ମାଲାୟାଲମ ଫିଲ୍ମ ମେକର ସାଜି ଏନ କରୁଣ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ମାଲାୟାଲାମ ସିନେମାକୁ ଜୀବନ ବ୍ୟାପୀ ଅବଦାନ ପାଇଁ କିଛି ଦିନ ପୂର୍ବରୁ ସେ ଜେସି ଡାନିଏଲ ପୁରସ୍କାର ପାଇଥିଲେ । ଭିନ୍ନ ସ୍ବାଦର ଚଳଚିତ୍ର ନିର୍ମାଣ ପାଇଁ ତାଙ୍କର ପ୍ରଖ୍ୟାତି ଅଛି । ସେ ଅନେକ ମାଲାୟାଲମ ସିନେମାକୁ ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିଥିଲେ । ୧୯୮୮ରେ ତାଙ୍କର ପ୍ରଥମ ଫିଲ୍ମ ‘ପିରବି’ ୭୦ଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।

ସେହିପରି ୧୯୯୪ରେ ତାଙ୍କର ଦ୍ବିତୀୟ ଫିଲ୍ମ ‘ସ୍ବାହାମ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହୋଇଥିଲା । ୨୦୧୦ରେ ସେ ତାଙ୍କ ସିନେମା ‘କୁଟ୍ଟି ଶ୍ରଙ୍କ’ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଥିଲା । ୭ଟି ଜାତୀୟ ପୁରସ୍କାର ଏବଂ ଅନେକ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିଲେ ସାଜି ଏନ କରୁଣ । କେରଳ ଷ୍ଟେଟ୍ ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ୍ ର ଚେୟାରମ୍ୟାନ ପଦବୀରେ ଅଧିଷ୍ଠିତ ହୋଇଥିଲେ । କେରଳ ରାଜ୍ୟ ଚଳଚିତ୍ର ଏକାଡେମୀର ସେ ପ୍ରଥମ ଚେୟାରମ୍ୟାନ ଥିଲେ ।